ଦୁର୍ଗମ ୧୮ ଖଣ୍ଡ ଗାଁର ମଦର ଟେରେସା ରୁପୁଲି, ଟୁଇଟ୍ କରି କାର୍ଯ୍ୟର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

Advertisment
ଦୁର୍ଗମ ୧୮ ଖଣ୍ଡ ଗାଁର ମଦର ଟେରେସା ରୁପୁଲି, ଟୁଇଟ୍ କରି କାର୍ଯ୍ୟର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ରାୟଗଡ଼ା ବ୍ଲକର ୧୮ ଖଣ୍ଡ ଗାଁକୁ ବୁଲି ଲୋକଙ୍କୁ ସରକାରୀ ସୁବିଧାସୁଯୋଗ ଯୋଗାଇ ଆସୁଥିବା ରୁପୁଲି ଜାକକା (୭୫)ଙ୍କ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍ କରି ରୁପୁଲିଙ୍କ କାର୍ଯ୍ୟ ଦକ୍ଷତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏଥି ସହିତ ଅନ୍ୟମାନେ ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସେତୁ ସଦୃଶ୍ୟ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ରୁପୁଲିଙ୍କ ପ୍ରଶଂସା କରିବା ପରେ ଜିଲ୍ଲା ପ୍ରଶାସନ, ରାୟଗଡ଼ା ବ୍ଲକ୍ କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନ ପ୍ରତିନିଧି ରୁପୁଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

publive-image

ସୂଚନାଯୋଗ୍ୟ, ରାୟଗଡ଼ା ବ୍ଲକ୍ ହାଲୁଆ ପଞ୍ଚାୟତ ବିଦ୍ୟାଳୟ ସାହିର ରୁପୁଲି ଜାକକା ଗତ ୩୦ ବର୍ଷ ହେଲା ଦୁର୍ଗମ ଇଲାକାର ପାହାଡ଼, ପର୍ବତ ଅଞ୍ଚଳରେ ଥିବା ୧୮ ଖଣ୍ଡ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। କାହାକୁ ଭତ୍ତା ତ, କାହାକୁ ମେଡ଼ିକାଲ୍ ଚିକିତ୍ସା ଏବଂ କାହା ପାଇଁ ଆବାସ ଯୋଜନାରେ ଘର ପ୍ରଦାନ ରୁପୁଲି କାର୍ଯ୍ୟ କରି ଆସୁଛନ୍ତି। ବୟସ ୭୫ ଟପିଥିଲେ ମଧ୍ୟ ଥକି ନ ପଡି ସକାଳ ୯ଟାରୁ ଘରୁ ବାହାରି ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି ରୁପୁଲି। ୩୧ ବର୍ଷ ବୟସରୁ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ରୁପୁଲି ଏ ପର୍ଯ୍ୟନ୍ତ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମସ୍ୟାର ସମାଧାନ କରି ପାରିଛନ୍ତି। ଯେଉଁଥିପାଇଁ ଦୁର୍ଗମ ଇଲାକାର ମଦର ଟେରେସା ଭାବେ ପରିଚିତ ହୋଇଛନ୍ତି ରୁପୁଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe