କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ପରେ ସିଏମସିର ଚଢାଉ

କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ପରେ ସିଏମସିର ଚଢାଉ

କଟକ: କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେସ୍ତୋରାଁରେ ମଙ୍ଗଳବାର ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ ।

କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଆଜି ବାଦାମବାଡିରେ ଥିବା କେଏଫସିରେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି । ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି । କାରଣ ଏଭଳି ଭିଡ ସମୟରେ ଖାଦ୍ୟ ଷ୍ଟଲଗୁଡିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବା ପୂର୍ବରୁ ଅଭିଯୋଗ ରହିଛି। ତେଣୁ ପାର୍ବଣ ସମୟରେ ଯେପରି ଖାଦ୍ୟ ଷ୍ଟଲଗୁଡ଼ିକ ଲୋକଙ୍କୁ ନିମ୍ନମାନର ଖାଦ୍ୟ ନଦିଅନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଟିମ ଚଢ଼ାଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe