କଟକର ଲସି ଦୋକାନରେ ସିଏମସି ଟିମର ଚଢଉ

Advertisment
କଟକର ଲସି ଦୋକାନରେ ସିଏମସି ଟିମର ଚଢଉ

କଟକ: ଗରମ ଦିନରେ ଲସିର ମଜା ନେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ। କାରଣ ଲସି ପିଉ ପିଉ କେତେବେଳେ ସ୍ବାସ୍ଥ୍ୟ ପ୍ରତି ବିପଦ ଆସିଯିବ କହିହେବ ନାହିଁ। କାରଣ ଅନେକ ଲସି ସର୍ବତ ଦୋକାନରେ ନିମ୍ନ ମାନର ଓ କ୍ଷତିକାରକ ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।

ଏ ପରିପ୍ରେକ୍ଷୀରେ କଟକର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଆଜି କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ଚଢଉ କରାଯାଇଛି। ଏହା ପିଇବା ଉପଯୋଗୀ କି ନାହିଁ ତାହାକୁ ଯାଞ୍ଚ କରାଯାଇଛି। ଅନେକ ଦୋକାନରେ ଦହି ନିମ୍ନ ମାନର ରହିଥିବାରୁ ଉକ୍ତ ଦୋକାନର ସମସ୍ତ ଖାଦ୍ୟ ସମଗ୍ରୀକୁ ନଷ୍ଟ କରିଛି ଟିମ। ଏହାସହ ଖାଦ୍ୟ ସୁରକ୍ଷା ପଞ୍ଜୀକରଣ ନଥିବାରୁ ଅନେକ ଦୋକାନକୁ ଚେତାବନୀ ମଧ୍ୟ ଦିଆଯାଇଛି। ଉକ୍ତ ଦୋକାନୀ ମାନଙ୍କୁ  ଆସନ୍ତା ୭ ଦିନ ମଧ୍ୟରେ ପଞ୍ଜୀକୃତ ସାର୍ଟିଫିକେଟ କରେଇବା ପାଇଁ ତାଗିଦ କରିଛନ୍ତି। ଯଦି ୭ ଦିନ ମଧ୍ୟରେ ପଞ୍ଜୀକରଣ ନ କରାଯାଏ ତେବେ ସର୍ବତ ଦୋକାନକୁ ସିଲ କରାଯିବା ନେଇ ସୂଚନା ଦେଇଛନ୍ତି ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ  ଏହାସହ ଫାଷ୍ଟ ଫୁଡ଼, ବିରିୟାନୀ ଷ୍ଟଲ ଓ ରାସ୍ତା କଡ଼ ଠେଲା ଖାଦ୍ୟକୁ ମଧ୍ୟ ଯାଞ୍ଚ କରିଛି ସିଏମସି ଟିମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe