ବ୍ରଜରାଜନଗର: କୋଇଲା ଖଣିରେ ଦୁର୍ଘଟଣା, ୨ଗୁରୁତର

ବ୍ରଜରାଜନଗର: କୋଇଲା ଖଣିରେ ଦୁର୍ଘଟଣା, ୨ଗୁରୁତର

ବ୍ରଜରାଜନଗର: ଝାରସୁଗୁଡ଼ାସ୍ଥିତ ଏମ୍‌.ସି.ଏଲ୍‌ ପରିଚାଳିତ ବ୍ରଜରାଜନଗରରେ ଇବ୍‌ଭ୍ୟାଲି ଅଞ୍ଚଳ ଅଧିନରେ ଥିବା ଲଜବୁଲା ଖୋଇଲା ଖଣିରେ ଦୁର୍ଘଟଣା ଘଟି ବୁଧବାର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ନାମ ସୁଶାନ୍ତ ମହାନନ୍ଦ ଓଶଙ୍କର ତନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ କୋଇଲା ଖଣିରେ ଲାଗିଥିଲା, ଏହି ନିଆଁକୁ ଲିଭାଉଥିବା ବେଳେ କୋଇଲା ଖସି ପଡ଼ିଥିଲା। ଫଳରେ ସେଠାରେ ଥିବା ଠିକା ଶ୍ରମିକ ସୁଶାନ୍ତ ମହାନନ୍ଦ ଓ ଶଙ୍କର ତନ୍ତି ଏଥିରେ ଗୁରୁତର ଆହତ ହୋଇଥିଲେ। ନିଆଁରେ ପୋଡ଼ି ଯାଇ ସୁଶାନ୍ତ ମହାନନ୍ଦଙ୍କ ଶରୀର ୫୦ ପ୍ରତିଶତ ଜଳି ଯାଇଥିବା ବେଳେ ଅନ୍ୟ ଶ୍ରମିକ ଶଙ୍କର ତନ୍ତିଙ୍କ ଶରୀର ୧୦ ପ୍ରତିଶତ ଜଳିଯାଇଛି। ୨ ଆହତଙ୍କୁ ସଙ୍ଗେସଙ୍ଗେ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡଳିଆ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଅଶ୍ୱିନୀ ହସ୍‌ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି। ଦୁଇ ଆହତଙ୍କ ଘର ସ୍ଥାନୀୟ ଲଜବୁରା ଗ୍ରାମରେ ବୋଲି ଜଣାପଡ଼ିଛି। ସୁଶାନ୍ତ ଓ ଶଙ୍କର ଠିକା ଶ୍ରମିକ ଭାବେ କାମ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe