ଆନ୍ଧ୍ର ଓ ମାଲକାନଗିରିରେ କମ୍ବିଂର ପ୍ରଭାବ; କୋରାପୁଟ ସୀମାରେ ହାଇ ଆଲର୍ଟ

Advertisment

ଉପାନ୍ତରେ ଥରହର ମାଓବାଦୀ ଶିବିର

ଉପାନ୍ତରେ ଥରହର ମାଓବାଦୀ ଶିବିର

ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

କୋରାପୁଟ: ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲା କୋୟୁରୁ ବ୍ଲକ ଥିଗାଲାମେଟ୍ଟା ନିକଟ ଘଙ୍ଗଲରେ ଗ୍ରେହାଉଣ୍ଟ ଓ ମାଲକାନଗିରି ଜିଲ୍ଲା କୁଲାବେଢା ଜଙ୍ଗଲରେ କମ୍ବିଂ ପରେ ଥରହର ହେଲାଣି କୋରାପୁଟ ସୀମାରେ ରହିଥିବା ମାଓ ଶିବିର। କୋରାପୁଟ ପୁଲିସ ପକ୍ଷରୁ କୋଟପାଡ, ବୈପାରିଗୁଡା, ନନ୍ଦପୁର, ଲମତାପୁଟ ଓ କୁନ୍ଦୁରାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ଡିଭିଏଫ ଓ ଏସଓଜିକୁ ସତର୍କ ରହିବାକୁ କୁହାଯାଇଛି।

ମାଲକାନଗିରି ସୀମାକୁ ରହିଥିବା ଲମତାପୁଟ, ବୈପାରିଗୁଡା, ଛତିଶଗଡକୁ ଲାଗି ରହିଥିବା କୋଟପାଡ କୁନ୍ଦୁରାରେ ହାଇ ଆଲର୍ଟ ଜାରି ରହିଛି। ସେପରି ଆନ୍ଦ୍ରସୀମାକୁ ଲାଗି ରହିଥିବା ନନ୍ଦପୁର, ପଟାଙ୍ଗୀ, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳରେ ରହିଥିବା ସୂଚନାଦାତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ କରୋନାର ଦ୍ବିତୀୟ ଲହରରେ ମାଓ ଶିବିରରେ ନାହିଁ ନ ଥିବା କ୍ଷତି ହୋଇଛି। ସେଥିପାଇଁ ମାସ କରିଡର କୁହାଯାଉଥିବା ବୈପାରିଗୁଡା, ଲମତାପୁଟ ଓ ନନ୍ଦପୁର ବ୍ଲକର ଉପାନ୍ତ ଅଞ୍ଚଳରେ ଗତିଶୀଳ ରହିଛନ୍ତି ମାଓ ଗତିବିଧି। ଉପାନ୍ତ ତଥା ପାହାଡିଆ ସ୍ଥାନରେ କ୍ୟାମ୍ପ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ଏସଓଜି ଓ ଡିଭିଏଫ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଇଛି। କୌଣସି ମତେ ମାଓ ଗତିବିଧିକୁ ଟକ୍କର ଦେବାକୁ ପ୍ରୟାସ ଆରମ୍ଭ ହୋଇଛି।

ତେବେ ଆନ୍ଧ୍ରର ଥିଗାଲାମେଟ୍ଟା ଓ ଓଡ଼ିଶାର ମାଲକାନଗିରି ଜିଲ୍ଲା କୁଲାବେଢାରେ କମ୍ବିଂ ପରେ ଥରହର ହେଲାଣି ମାଓ ଶିବିର। ଆନ୍ଧ୍ରରେ ହୋଇଥିବା ଶିବିରରେ ୬ ଜଣ (୩ ପୁରୁଷ ଓ ୩ ମହିଳା) ମାଓବାଦୀଙ୍କ ମୁଣ୍ଡ ଗଡିବା ପରେ ମାଓ ଗଡରେ ଶକ୍ତ ଧକ୍କା ଲାଗିଛି। ସେଥି ମଧ୍ୟରେ ସିନ୍ଧେ ଗଙ୍ଗେୟା ଓରଫ ଅଶୋକ (ଡିସିଏମ), ରନାଦେବ ଓରଫ ଅର୍ଜୁନ(ଡିସିଏମ), ଲଲିତା (ପିଏମ), ପାଇକେ (ପିଏମ), ସାନ୍ତୁ ନାଚିକା (ଏସିଏମ) ରହିଥିବାବେଳେ ଜରେ ମହିଳା ମାଓବାଦୀଙ୍କର ମୃତଦେହ ମିଳିଥିବାବେଳେ ପରିଚୟ ମିଳିପାରିନାହିଁ। ଏଥିରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଯେପରି ଏକେ-୪୭ ରାଇଫଲ, ସେଲ୍ଫ ଲୋଡିଂ ରାଇଫଲ, କରବାଇନି, ତିନିଟି ପଏଣ୍ଟ ୩୩୩ ରାଇଫଲ ସହ ବହୁ ଦେଶୀ ବନ୍ଧୁକ ଜବତ ହୋଇଛି। ସେହିପରି ମାଲକାନଗିରିରେ ଅସ୍ତ୍ରଶସ୍ତ୍ର ମିଳିଥିବାବେଳେ ମାଓବାଦୀ ଠାବ ହୋଇପାରିନାହିଁ।

ସବୁଠୁ ବଡ କଥା ହେଲା ମୃତାହତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ନାରାୟଣପାଟଣାର ସାନ୍ତୁ ନାଚିକା, ପାଇକେ ଓ ଅଜୁର୍ନ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି। ସେହିପରି ଅଶୋକ ଓ ଲିଲିତା ଆନ୍ଧ୍ର ଡିଭିଜନର ବୋଲି ଜଣାପଡିଛି। ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲି କହିଛନ୍ତି ଯେ ବିଶେଷ ଖବରକୁ ଆଧାର କରି ମାଲକାନଗିରି ଜିଲ୍ଲା ପୁଲିସ, ଡିଭିଏଫ ସହ କୋରାପୁଟ ଜିଲ୍ଲା ପୁଲିସ, ଡିଭିଏଫ ଓ ଏସଓଜି ଟିମ ରହିଥିଲେ। ଏବେ ବି କଡ଼ା ଯା‌ଞ୍ଚ ଚାଲିଛି। ତେବେ ଆନ୍ଧ୍ରରେ ମୃତାହତ ହୋଇଥିବା ମାଓବାଦୀଙ୍କ ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଓବାଦୀ ରହିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe