ଶୀତ ଲହରି ଜାରି: ଘୁମୁସର ଉଦୟଗିରିରେ ପାରଦ ଖସୁଛି, ତାପମାତ୍ରା ୬.୨ ଡିଗ୍ରି ରେକର୍ଡ଼

ଶୀତ ଲହରି ଜାରି: ଘୁମୁସର ଉଦୟଗିରିରେ ପାରଦ ଖସୁଛି, ତାପମାତ୍ରା ୬.୨ ଡିଗ୍ରି ରେକର୍ଡ଼

ଘୁ.ଉଦୟଗିରି: ଚଳିତ ବର୍ଷ ଶୀତ ଲହରg ବିଳମ୍ବରେ ଆସିଥିବା ବେଳେ ଥଣ୍ଡାର ପ୍ରକୋପ ବଢ଼ିବା ସହ ଜାଡ଼ ବି ବୃଦ୍ଧି ପାଇଛି। କିନ୍ତୁ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି। ସ୍ଥାନୀୟ ସହରରେ ପାରଦ ୪ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ବେଳେ ପୁଣି ପାରଦ ବଢି ୧୦ଡିଗ୍ରି ଉପରକୁ ଉଠିଥିଲା। ଶୁକ୍ରବାର ୭ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ପୁଣି ଖସି ୬.୨ଡିଗ୍ରି ରେକର୍ଡ କରାଯାଇଛି।

ପାରଦ ତଳକୁ ଖସିବା ସହ ଜାଡ଼ ବଢ଼ିବାରେ ଲାଗିଛି। କିଛିଦିନ ହେଲା ପ୍ରବଳ କୁହୁଡ଼ି ହେବା ସହ ଜାତୟତରେ ବାଧା ସୃଷ୍ଟି ହେଉଥିବା ବେଳେ ଶୁକ୍ରବାର ଠାରୁ କୁହୁଡ଼ି କମିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ପୁରା ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁ ଉପରେ ଭରଷା କରୁଛନ୍ତି।

publive-image

ଅନ୍ୟପଟେ ଶୀତ ବଢିବା ଯୋଗୁଁ ଗରମ ପୋଷାକର ବେପାର ଜୋର ଧରିଛି। ବାହାର ରାଜ୍ୟର ବ୍ୟବସାୟୀ ବଡ଼ବଡ଼ ଟ୍ରକ୍‌ରେ ଗରମ ପୋଷାକ କମଳ, ସୁଇଟର, ଜ୍ୟାକେଟ୍‌ ରାସ୍ତାକଡ଼ରେ ବିକ୍ରି କରୁଛନ୍ତି। ଗରିବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସୁଥିବା ବେଳେ ଯାତ୍ରୀବାହୀ ବସ୍‌କୁ ରାତିରେ ଅପେକ୍ଷା କରୁଥିବା ଯାତ୍ରୀମାନେ ମଧ୍ୟ ରାସ୍ତାକଡ଼ରେ ନିଆଁ ଜାଳି ଅପେକ୍ଷା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe