ଗଜପତିରେ ଧସିଲା ପାହାଡ଼: ୩ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଗଜପତିରେ ଧସିଲା ପାହାଡ଼: ୩ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ପାରଳାଖେମୁଣ୍ଡି: ଆଜି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଗୁମ୍ମା ବ୍ଲକ୍‌ ଦେବଗିରି ପାହାଡ଼ରୁ କିଛି ବଡ଼ ପଥର ଧସି ଆସି ରାସ୍ତା ଅବରୋଧ ହୋଇଯାଇଛି। ଏହା ଦ୍ବାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା ବ୍ଲକ୍‌ର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ବର୍ତ୍ତମାନ ସବୁଦିନ ପ୍ରାୟ ବର୍ଷା ହେଉଛି। ୩ ରୁ ୪ ଦିନ ହେଲା ଗୁମ୍ମା ବ୍ଲକରେ ନିୟମିତ ବର୍ଷା ହେଉଥିବା ବେଳେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇ ଥିଲା।

ଫଳରେ, ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ କୁଜାସିଂ-ଅଢ଼େଇଗାଁକୁ ଘାଟି ରାସ୍ତା ଉପରେ ପାହାଡ଼ ଧସିଯିବାରୁ ବଡ଼ବଡ଼ ପଥର ତଳକୁ ଗଡ଼ି ଆସି ପିଚୁ ରାସ୍ତା ଉପରେ ପଡ଼ିଥିଲା। କୁଜାସିଂ ଠାରୁ ଅଜୟଗଡ଼ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଉପରେ ୩ଟି ଗାଁର ଲୋକେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ରାସ୍ତାରୁ ପଥର ହଟାଇବା ପାଇଁ ପ୍ରଶାସନକୁ ଅବଗତ କରାଯାଇ ଥିଲେ ମଧ୍ୟ କେହି ପହଞ୍ଚି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe