ସ୍ମିତା ସ୍ବାଗତିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି

Advertisment
ସ୍ମିତା ସ୍ବାଗତିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଜିଲ୍ଲାପାଳ ଦିବ୍ୟଜ୍ୟୋତି

ବାଲେଶ୍ବର: ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ବିବାହ ଢେଙ୍କାନାଳ ଜିଲ୍ଲା ଭାପୁର ନିକଟସ୍ଥ କାକୁଡ଼ିଭାଗ ଗାଁ’ର ଆଇନ୍‌ଜୀବୀ ଈଶ୍ବର ଚନ୍ଦ୍ର ବିଶ୍ବାଳ ଏବଂ ଉର୍ମିଳା ଲେଙ୍କାଙ୍କ କନ୍ୟା ସ୍ମିତା ସ୍ବାଗତିକାଙ୍କ ସହ ସମ୍ପନ୍ନ ହୋଇଛି। ମଙ୍ଗଳବାର ରାତିରେ ବାଲେଶ୍ବର ଠାରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଥିବା ବେଳେ ବୁଧବାର ସଂଧ୍ୟାରେ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବାଲେଶ୍ବର ସହର ଉପକଣ୍ଠ ଭୀମପୁରାସ୍ଥିତ ନୀଳାଦ୍ରି କଲ୍ୟାଣମଣ୍ଡପରେ ଭରପୂର ଆୟୋଜନ କରାଯାଇଥିଲା।

ବିବାହୋତ୍ସବରେ ଉଭୟଙ୍କ ପରିବାର, ବନ୍ଧୁବାନ୍ଧବଙ୍କ ସମେତ ପ୍ରାଶାସନିକ ଓ ପୁଲିସ ଅଧିକାରୀ ସାମିଲ ହୋଇ ଥିଲେ। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟାର ମୂଳବାସିନ୍ଦା ସ୍ବର୍ଗତ ଇଂ ପ୍ରସନ୍ନ କୁମାର ପରିଡ଼ା ଏବଂ ମାୟାବିନୀ ଜେନାଙ୍କ ପୁତ୍ର ୨୦୧୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ଦିବ୍ୟଜ୍ୟୋତି। ଗତ ଜାନୁଆରି ମାସ ୫ ତାରିଖରେ ସେ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ। ବାପାମା’ କଟକ ବିଦ୍ୟାଧରପୁର ସ୍ଥିତ ନ୍ୟାସନାଲ ରାଇସ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ଆର୍‌ସି)ରେ କାର୍ଯ୍ୟରତ ଥିବା ବେଳେ ଦିବ୍ୟଜ୍ୟୋତିଙ୍କ ପିଲାଦିନ କଟକରେ ବିତିଥିଲା। ସେଠାରେ ସ୍କୁଲ, କଲେଜ ଶିକ୍ଷା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରୁ ସ୍ନାତକୋତ୍ତର ଡିଗ୍ରି ହାସଲ ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ସେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe