ଭିଡିଓ ବାର୍ତା ମାଧ୍ୟମରେ ବାତ୍ୟା ସଚେତନ କଲେ ଜିଲ୍ଲାପାଳ ଓ ଏସପି

Advertisment
ଭିଡିଓ ବାର୍ତା ମାଧ୍ୟମରେ ବାତ୍ୟା ସଚେତନ କଲେ ଜିଲ୍ଲାପାଳ ଓ ଏସପି

ବାରିପଦା: ବାତ୍ୟା ୟାସକୁ ନେଇ ଭିଡିଓ ବାର୍ତା ମାଧ୍ୟମରେ ମୟୂରଭଞ୍ଜ ବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ବିନିଥ ଭରଦ୍ବାଜ ଏବଂ ଏସ୍ପି ସ୍ମିତ ପି ପରମାର। ଆସନ୍ତାକାଲି ବାତ୍ୟା ଜିଲ୍ଲା ଅତିକ୍ରମ କରିବାର ସମ୍ଭାବନା ଅଛି। ତେଣୁ ଆଜି ରାତି ଏବଂ ଆସନ୍ତାକାଲି ବେଶ ଗୁରୁତ୍ୱପୂର୍ଣ୍ଣ।

ତେଣୁ ନିଜର ଏବଂ ପରିବାରର ସୁରକ୍ଷା ନିମନ୍ତେ ସମସ୍ତେ ସତର୍କ ହେବା ସହିତ ସଚେତନ ହେବା ଆବଶ୍ୟକ। ବାତ୍ୟା ସମୟରେ ସମସ୍ତେ ପକ୍କା ଘରେ ରହିବା ଉଚିତ। ଯାହାର ପକ୍କା ଘର ନାହିଁ ସେମାନେ ନିକଟସ୍ଥ ସରକାରୀ ଆଶ୍ରୟ ସ୍ଥଳରେ ରହିବାକୁ ଉଭୟ ଅଧିକାରୀ ଆହ୍ବାନ କରିଛନ୍ତି। ବାତ୍ୟା କବଳରୁ ନିଜ ଜୀବନ ରକ୍ଷା କରିବାକୁ ହେଲେ ଆମକୁ ଏହା ମାନିବାକୁ ହେବ ବୋଲି ଭିଡିଓ ବାର୍ତ୍ତା ରେ କୁହାଯାଇଛି।

ସେହିପରି ବାତ୍ୟା ଆଶ୍ରୟ ସ୍ଥାନରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନି ଡବଲ ମାସ୍କ ପିନ୍ଧି ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଏବଂ ଏସପି। ସେଠାରେ ମାସ୍କ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି। ତେଣୁ ବାତ୍ୟା ସମୟରେ କଚ୍ଚା ଘରେ ନରହି ସରକାର ପକ୍କା ଘର ରହିବା ଜରୁରୀ। ସେହିପରି ଜନସାଧାରଣ ବାତ୍ୟା ସମୟରେ ବାହାରେ ନବୁଲିବାକୁ ପରାମର୍ଶ ଦିଆଯାଇଛି। ମିଳିତ ଭାବେ ରାଜ୍ୟ ସରକାରଙ୍କ ସମସ୍ତ ବାତ୍ୟା ଗାଇଡ଼ଲାଇନ ମାନି ରହିଲେ ନିଶ୍ଚୟ ବାତ୍ୟାକୁ ସଫଳତାର ସହିତ ମୁକାବିଲା କରିପାରିବା ବୋଲି ଭିଡିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ଉଭୟ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe