ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ କଲେକ୍ଟର ଗିରଫ

ଠେମରା ହତ୍ୟାକାଣ୍ଡର ଅଭିଯୁକ୍ତ କୋର୍ଟଚାଲାଣ

Public Policy Institute of California

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦର ତୃତୀୟ ଶ୍ରେଣୀ କର୍ମଚାରୀ ତଥା ଟାକ୍ସ କଲେକ୍ଟର ସଦାଶିବ ସ୍ୱାଇଁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ଗରିଫ ହୋଇଛନ୍ତି। ଗତକାଲି ଭିଜିଲାନ୍‌ସ ବିଭାଗର ୫ଟି ଟିମ୍‌ ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ସମେତ ସଦାଶିବ ସ୍ୱାଇଁଙ୍କ କୁହୁଡ଼ିରେ ଥିବା ଶ୍ୱଶୁରଙ୍କ ଘର, ଗୁରୁଜଙ୍ଗର ପୈତୃକ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ଉ କରିଥିଲା ଚଢ଼ଉ ଭୋର ସାଢ଼େ ୪ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା ଚଢ଼ଉରେ ସଦାଶିବଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫୬ଲକ୍ଷ ୯୨ ହଜାର ୨୫୭ ଟଙ୍କା ଥିବା ଜାଣିପାରିଥିଲା।

ଆଜି ତାଙ୍କୁ ଭିଜିଲାନ୍‌ସ କୋର୍ଟରେ ହାଜର ପରେ ଝାରପଡ଼ା ଜେଲ୍କୁ ପଠାଯାଇଥିବା ଜଣାଯାଇଛି ଏନେଇ ଖୋର୍ଦ୍ଧା ଭିଜିଲାନ୍‌ସ ଡିଏସ୍ପି ସୁଶା‘ ପାଣିଗ୍ରାହୀ କହିଛନ୍ତି ଯେ କୋର୍ଟ ଆଦେଶ ବଳରେ ଚଢ଼ଉ କରାଯାଇଥିଲା ଏନେଇ ଭିଜିଲାନ୍‌ସ କ୍ୟାସ ନଂ ୪୧/୨୦୨୦ରେ ମାମଲା ରୁଜୁ କରିଛି ଆଜି ବ୍ୟାଙ୍କରେ ଥିବା ଅସ୍ଥାବର ଆକଳନ ପରେ ତାଙ୍କୁ ଗିରଫ କରାଯାଇ ଭିଜିଲାନ୍‌ସ କୋର୍ଟରେ ହାଜର କରାଯାଇଛି  କୋର୍ଟରେ ଜାମିନ ନାମଂଜୁର ହେବାପରେ ତାଙ୍କୁ ଜେଲ୍ ‌ହାଜତକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe