ଜୟପୁର ତହସିଲ ୨୦୧୯-୨୦ର ବାର୍ଷିକ ସମୀକ୍ଷା କଲେ ଜିଲ୍ଲାପାଳ

Advertisment
ଜୟପୁର ତହସିଲ ୨୦୧୯-୨୦ର ବାର୍ଷିକ ସମୀକ୍ଷା କଲେ ଜିଲ୍ଲାପାଳ

ଜୟପୁର: ଜୟପୁର ତହସିଲର ୨୦୧୯-୨୦ଆର୍ଥିକ ବର୍ଷର ବାର୍ଷିକ (ସଲତମାମି) ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ମିଶ୍ର କରିଛନ୍ତି। ଏଥିରେ ଜୟପୁର ତହସିଲର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ନିଳାମ୍ବର ପୁଜାରୀଙ୍କ ସହ ୧୫ଟି ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ, ରାଜସ୍ବ ପରିଦର୍ଶକ ଆଦି ଭାଗ ନେଇଥିଲେ। ଆରଆଇ ସର୍କଲରେ ଥିବା ୧୫ଟି ଖାତା , ରୟଲଟି, ଶିସ୍ତୁ ଆଦାୟ ଆଦିର ରସିଦ ବହି ସହ ତହସିଲର ୧୫ଟି ଯାକ ଖାତାକୁ ମେଳ କରି ଯାଂଚ କରି ମେଳ କରିଥିଲେ ଜିଲ୍ଲାପାଳ ଶ୍ରୀ ମିଶ୍ର। ମୋ ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ ପ୍ରସଙ୍ଗକୁ ନେଇ ଓକିଲ ମାନେ ସାକ୍ଷାତ କରିବା ସହ ସେ ନେଇଥିବା ପଦକ୍ଷେପକୁ ନେଇ ସାଧୁବାଦ୍ ଦେଇଥିଲେ।

ଜୟପୁର ତହସିଲର ପ୍ରାୟ ୩୦ପ୍ରତିଶତ ମୌଜାର ଖାତା ଗୁଡିକ ଅନଲାଇନ୍ ହୋଇନଥିବାରୁ ବହୁ ଲୋକେ ନିଜ ଜମିର ଖଜଣା ଅନଲାଇନରେ ଜମା କରିବା ସମ୍ଭାବନା ହେଉନି ବୋଲି ଜିଲ୍ଲାପାଳଙ୍କୁ ପଚାରିବାରେ ପ୍ରାୟ ୯୦ପ୍ରତିଶତ ସରିଥିବା କହିଥିଲେ ଜିଲ୍ଲାପାଳ।

ସେଭଳି ଉଭୟ ଅତିରିକ୍ତ ତହସିଲଦାର କୋଭିଡ୍ ସମୟରେ ଦିନ ରାତି କାମ କରିବା ସହ ଲୋକଙ୍କର ସେବା କରି ଆସୁଥିବାରୁ ସାଧୁବାଦ୍ ଦେବା ସହ ଉଚ୍ଚ ପ୍ରଶାଂସା କରିଥିଲେ। ନୂଆରେ ତହସିଲଦାର ଭାବେ ଟୁଲିଆମ୍ମା ପ୍ରଧାନ ଯୋଗ ଦେଇଥିବାରୁ ତାଙ୍କୁ ଜିଲ୍ଲାପାଳ ସ୍ବାଗତ କରିବା ସହ ସମସ୍ତ କର୍ମଚାରୀ ମାନେ ଯେଭଳି ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe