ମହାନଦୀ ନେତ୍ର ଚିକିତ୍ସାଳୟରେ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ସମୀକ୍ଷା କଲେ ଜିଲ୍ଲାପାଳ 

Advertisment
ମହାନଦୀ ନେତ୍ର ଚିକିତ୍ସାଳୟରେ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ସମୀକ୍ଷା କଲେ ଜିଲ୍ଲାପାଳ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଣ୍ଡାପାଲିସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ବୁଧବାର ଦିନ ଜିଲ୍ଲାପାଳ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ରେ ରୋଗୀମାନେ କିଭଳି ସୁବିଧା ପାଉଛନ୍ତି କିମ୍ବା କ’ଣ ଅସୁବିଧା ହେଉଛି ସେ ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ରୋଗୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଏହା ସହିତ ଅପରେସନ ବେଳେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଟଙ୍କା ଦାବି କରୁଛନ୍ତି କି ବୋଲି ପଚାରିବା ସହିତ ଅନ୍ୟାନ୍ୟ ସେବା କିଭଳି ପାଉଛନ୍ତି ପଚାରି ବୁଝିଥିଲେ । ଏହାପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି ତାର ସମୀକ୍ଷା କରିଥିଲେ।

publive-image

ସମୀକ୍ଷାରୁ ମିଳିଥିବା ସୁଚନା ଅନୁସାରେ ନଭେମ୍ବର ମାସ ଶେଷସୁଦ୍ଧା ଦଶଟି ଜିଲ୍ଲାରୁ ସମୁଦାୟ ୨୩୯୭ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଉପକୃହୋଇଥିବା କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଏହାସହିତ ଡ଼ାକ୍ତରଖାନା ସମ୍ମୁଖରେ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ଓ ପୁରୁଷ ମାନଙ୍କୁ ଦିଆଯାଉଥିବା ସୁବିଧା ବିଷୟରେ ସୂଚନା ଫଳକ ରଖିବା ପାଇଁ ପରାମର୍ଶ ଦେବାସହ ଯୋଜନାରୁ ଯେଭଳି କୌଣସି ହିତାଧିକାରୀ ବଞ୍ଚିତ ନହୁଇନ୍ତି ତା’ପରେ ଗୁରୁତ୍ୱ ଦେବାକୁ ଡ଼ାକ୍ତରଖାନା କତୃପକ୍ଷଙ୍କୁ  ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଡାକ୍ତରଖାନା ତରଫରୁ ଡ଼ାକ୍ତର ଦେବେନ୍ଦ୍ର କୁମାର ସାହୁ, ବିଭୁପ୍ରସାଦ ବଳିଆର ସିଂ, ଗୋରଜା ଗୋପାଲା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe