ଖୋର୍ଦ୍ଧା: ରାତି ଅଧିଆ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଗସ୍ତ କରି ଚମକି ପଡ଼ିଲେ ଜିଲ୍ଲାପାଳ

Advertisment

ଯୋଗ ଦେବାର ଦୁଇ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଦୁଇଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

ଯୋଗ ଦେବାର ଦୁଇ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଦୁଇଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

ଖୋର୍ଦ୍ଧା: ରାତି ଅଧିଆ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଗସ୍ତ କରି ଚମକି ପଡ଼ିଲେ ଜିଲ୍ଲାପାଳ

Sambad

ଖୋର୍ଦ୍ଧା: ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ଏତେ ଅବ୍ୟବସ୍ଥା! ଏସବୁର ସମାଧାନ କାହିଁକି ହେଉନାହିଁ? ଏହା କୌଣସି ସାଧାରଣ ବ୍ୟକ୍ତିର ପ୍ରଶ୍ନ ନୁହେଁ। ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଗତକାଲି ଅଚାନକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ବେଳେ ଚିକିତ୍ସାଳୟର ଅସଂଖ୍ୟ ଅବ୍ୟବସ୍ଥା ଦେଖି ଆଚମ୍ବିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଚିକିତ୍ସାଳୟ ପରିଚାଳକ ଓ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟାଧିକାରୀଙ୍କୁ ଏଭଳି ପ୍ରଶ୍ନ ପଚାରିଛନ୍ତି। ୨୩ ତାରିଖରେ ବାଲେଶ୍ୱରରୁ ବଦଳି ହୋଇ ଆସିଥିବା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କାର୍ଯ୍ୟାଳୟରେ ଯୋଗ ଦେଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ। ଏହାପରେ ପୁଣି ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ଗସ୍ତ କରିଥିଲେ। ପ୍ରଥମେ ମାତୃ ଓ ଶିଶୁ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ସମ୍ପର୍କୀୟ ତଳେ ବସିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କ ବସିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସହ ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ। ଅଧିକାଂଶ ୱାର୍ଡ ବନ୍ଦ ଥିବା ବେଳେ ପ୍ରକୋଷ୍ଠ ଗୁଡ଼ିରେ ରୋଗୀଙ୍କ ବଦଳରେ ଚିକିତ୍ସାଳୟର ବିଭିନ୍ନ ସାମଗ୍ରୀ ରଖାଯାଇଥିବା ଦେଖି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପ୍ରକୋଷ୍ଠ ଗୁଡ଼ିକ ତୁରନ୍ତ ଖାଲି କରି ରୋଗୀଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ।

publive-image Sambad

ୱାର୍ଡ ଗୁଡ଼ିକର ପରିମଳ ବ୍ୟବସ୍ଥା ସଠିକ ନଥିବା, ଶଯ୍ୟାରେ ଥିବା ବେଡ୍ସିଟ୍ ସଫା ହୋଇନଥିବା, ଚିକିତ୍ସାଳୟରେ ଥିବା ପିଇବା ପାଣି ଯନ୍ତ୍ର ଭଙ୍ଗାରୁଜା ହୋଇପଡ଼ିଥିବା ଦେଖି ଚିକିତ୍ସାଳୟ ପରିଚାଳକଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ଚିକିତ୍ସାଳୟର ଅଧିକାରୀଙ୍କୁ ନେଇ ଆଲୋଚନା କରିବା ସହ ଚିକିତ୍ସାଳୟରେ ଆନୁସଙ୍ଗିକ ସମସ୍ୟା ସମ୍ପର୍କରେ ପୂର୍ଣ୍ଣାଙ୍ଗ ବୀବରଣୀ ତୁରନ୍ତ ଦେବା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡଃ. ଆର୍ତବନ୍ଧୁ ନାୟକଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତବେଳେ ସାଥିରେ ଉପଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର, ଡିଏମଓ ଡଃ. ବିଶ୍ୱମୋହନ ମିଶ୍ର, ଡିପିଏମଓ ପ୍ରକାଶ ବାନାର୍ଜୀ, ହସ୍ପିଟାଟାଲ ପରିଚାଳକ ଡଃ. ବିନାୟକ ପାଣିଗ୍ରାହୀ ଓ ସଙ୍ଗୀତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe