ପୁଅଙ୍କ ସହ ଗୀତ ଗାଇଲେ ଜଗତସିଂହପୁର ଜିଲ୍ଲାପାଳ, ଲକଡାଉନ ସମୟରେ ଘରେ ରହିବାକୁ କଲେ ନିବେଦନ

Advertisment
ପୁଅଙ୍କ ସହ ଗୀତ ଗାଇଲେ ଜଗତସିଂହପୁର ଜିଲ୍ଲାପାଳ, ଲକଡାଉନ ସମୟରେ ଘରେ ରହିବାକୁ କଲେ ନିବେଦନ

ଜଗତସିଂହପୁର: ଲକ୍ ଡାଉନ୍ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଘରେ ରହି ପରିବାର ସହ ସମୟ କଟାଇବାକୁ ଜିଲ୍ଲାବାସୀଙ୍କୁ ନିଆରା ଢଙ୍ଗରେ ନିବେଦନ କରିଛନ୍ତି। ଅଫିସ କାମ କରି ସାରିବା ପରେ ସେ ନିଜ ପୁଅ ସହ ସମୟ କାଟିଛନ୍ତି। ପୁଅ ରାହୁଲ ଏନଆଇଟିରେ ମେକାନିକାଲ ଇଂଜିନିୟରିଂ ପଢୁଛନ୍ତି। ତବଲାରେ ପିଜି କରି ସାରିଛନ୍ତି। ଜଣେ ଭଲ ତବଲା ବାଦକ ରାହୁଲ। ଏବେ ଘରେ ଥିବାରୁ ଜିଲ୍ଲାପାଳ ପୁଅଙ୍କ ତବଲା ବାଦନର ତ।ଳେ ତ।ଳେ ଭଗବାନଙ୍କ ଭଜନ ଶ୍ଳୋକ ଗାଇଛନ୍ତି। ସ୍ଵର ମିଳାଇ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ନିଜ ଫେସବୁକ୍ ଟାଇମ୍ ଲାଇନ୍ ରେ  ଲାଇଭ୍ କରିବା ସହ ଅନ୍ୟ ସାମାଜିକ ଗଣମାଧ୍ୟମରେ ଭିଡିଓକୁ ସେୟାର କରି ସଚେତନ ବାର୍ତ୍ତା ଦେଇଛନ୍ତି। ନିଜ ପରିବାର ସହ ମିଳିଥିବା ସମୟର ସୁଯୋଗ ନେବାକୁ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଲକଡାଉନ ଆଗାମୀ ଏପ୍ରିଲ ୧୪ ଯାଏଁ ଜାରି ରହିବ । ଏହି ସମୟରେ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି । ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ, ଆଗାମୀ ରବିବାର ରାତି ୯ଟାରେ ମାତ୍ର ୯ ମିନିଟ ପାଇଁ ଘରର ସମସ୍ତ ଆଲୋକ ବନ୍ଦ କରି ଘର କବାଟ ସମ୍ମୁଖ ଅଥବା ବାଲକୋନୀରେ ମୋହମବତୀ, ଦୀପ, ଲାଇଟ, ମୋବାଇଲର ଫ୍ଲାସଲାଇଟ ଜଳାନ୍ତୁ । ଏହି ସମୟରେ ଯଦି ଘରର ସମସ୍ତ ଲାଇଟ ବନ୍ଦ ରହିବ ଏବଂ ବାହାରେ ସବୁ ଲାଇଟ ଜଳିବ, ତାହେଲେ ମନରେ ଏକ ନୂତନ ପ୍ରକାରର ଶକ୍ତି ଉତ୍ପନ୍ନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe