ପରିମଳ ବ୍ୟବସ୍ଥା ପରଖିଲେ ଜିଲ୍ଲାପାଳ

Advertisment
ପରିମଳ ବ୍ୟବସ୍ଥା ପରଖିଲେ ଜିଲ୍ଲାପାଳ

Sambad

ରାଉରକେଲା: ବିଶ୍ବକପ ପୂର୍ବରୁ ରାଉରକେଲାକୁ ନୂଆ ରୂପ ଦିଆଯିବ। ଏଣୁ ଏକାଧିକ ପ୍ରକଳ୍ପ ବର୍ତ୍ତମାନ ନିର୍ମାଣାଧୀନ। ଏହି କ୍ରମରେ ସହରର ପରିମଳ ବ୍ୟବସ୍ଥାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ସଂପ୍ରତି ସହରରେ ଅତ୍ୟାଧୁନିକ ମାଧ୍ୟମରେ ପରିମଳ ପରିଚାଳନା କରାଯାଉଛି। ବିଭିନ୍ନ ବାସଗୃହରୁ ନିର୍ଗତ ବର୍ଜ୍ୟ ସଂଗ୍ରହ ପାଇଁ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ଯାନବାହନର ମଧ୍ୟ ବ୍ୟବସ୍ଥା ହୋଇଛି। ଆଜି ଜିଲ୍ଲାପାଳ ଡଃ. ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ଏହି ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି।

ଏହାସହ ରାଉରକେଲା ସହରରେ ମେସିନ ସାହାଯ୍ୟରେ ଚାଲିଥିବା ରାସ୍ତା ଓ ପରିମଳ ସଫେଇ ଆଦି କାର୍ଯ୍ୟ ବୁଲି ଦେଖିଥିଲେ। ୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲା ସହରରେ ପରିମଳ ପରିଚାଳନା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଗସ୍ତବେଳେ ଆର୍‌ଏମ୍‌ସି କମିସନର ଡଃ. ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe