ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ନବରଙ୍ଗପୁର-ଭଦ୍ରକର ଜିଲ୍ଲାପାଳ

Advertisment
ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ନବରଙ୍ଗପୁର-ଭଦ୍ରକର ଜିଲ୍ଲାପାଳ

ଭଦ୍ରକ/ଡାବୁଗାଁ: ନିଜ ନିଜର ଗସ୍ତ ସମୟରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଆଜି ବିଦ୍ୟାଳୟର ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଛନ୍ତି।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଆଜି ବ୍ଲକସ୍ତରୀୟ ଜନଶୁଣାଣି ପାଇଁ ବାସୁଦେବପୁର ଗସ୍ତ କରିଥିଲେ। ଗସ୍ତକାଳରେ ସେ ନରସିଂହପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପହଞ୍ଚିଥିଲେ ଏବଂ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଥିଲେ।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ୍‌ କୁମାର ମିଶ୍ର ଆଜି ଡାବୁଗାଁ ଗସ୍ତରେ ଯାଇଥିଲେ। ତେବେ ଜିଲ୍ଲାପାଳ ତଥା ଅଭିଯୋଗ ପ୍ରକୋଷ୍ଠରେ ଯୋଗ ଦେଇଥିବା ଜିଲ୍ଲାର ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ଡାବୁଗାଁ ବ୍ଲକ କାର୍ଯ୍ୟାଳୟରେ ରୋଷେଇ ହୋଇଥିଲେ ସୁଦ୍ଧା ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଡାବୁଗାଁ ନିକଟ ବରିପଦର ସେବାଶ୍ରମ ବିଦ୍ୟାଳୟରେ ଯାଇ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ।

publive-image

‘ମୋ ସରକାର’ କାର୍ଯ୍ୟକାରୀ ହେବା ପରେ ଡାବୁଗାଁ ବ୍ଲକ୍‌ରେ ପ୍ରଥମ କରି ଜିଲ୍ଲାପାଳ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହି ମଧ୍ୟାହ୍ନ ଭୋଜନ ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶାଲ୍‌ କର, ଉପଜିଲ୍ଲାପାଳ ଭାସ୍କର ରଇତା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ ସହ ବହୁ ବରିଷ୍ଠ ଅଧିକାରୀ ଥିଲେ।

ଏହା ପୂର୍ବରୁ ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩୧ ଗୋଟି ଅଭିଯୋଗର ଜନ ଶୁଣାଣି କରିଥିଲେ । ସେଥିରୁ ବ୍ୟକ୍ତିଗତ ୨୧ ଟି ଅଭିଯୋଗ ଥିବା ବେଳେ ସାମୁହିକ ୧୦ ଟି ଅଭିଯୋଗ ରହିଥିଲା। ଏହି ଅବସରରେ ଜିଲ୍ଲାପାଳ ୪ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe