ଅବ୍ୟବସ୍ଥା ଘେରରେ ଚୈତନ୍ୟ ସାହୁ ମହାବିଦ୍ୟାଳୟ: ଶୌଚାଳୟ ନାହିଁ କି’ କମନ୍‌ରୁମ୍‌ ନାହିଁ

Advertisment
ଅବ୍ୟବସ୍ଥା ଘେରରେ ଚୈତନ୍ୟ ସାହୁ ମହାବିଦ୍ୟାଳୟ: ଶୌଚାଳୟ ନାହିଁ କି’ କମନ୍‌ରୁମ୍‌ ନାହିଁ

Sambad

ତିଗିରିଆ: ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହା ସତ୍ତ୍ବେ ଅନେକ ଶିକ୍ଷାନୁଷ୍ଠାନ ଅବହେଳିତ ଅବସ୍ଥାରେ ଥିବା ଓ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଏହିପରି ଏକ ଉଦାହରଣ ହେଉଛି ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତସ୍ଥିତ ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟ। ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟଟି ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିବା ସହ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ବର୍ତ୍ତମାନ ମହାବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମୋଟ ୨୨ ଜଣ ଥିବା ବେଳେ ମହାବିଦ୍ୟାଳୟରେ ସେମାନଙ୍କ ପାଇଁ କୌଣସି ଷ୍ଟାଫ୍‌ କମନରୁମ୍‌ ନାହିଁ। ୫୦୦ ଛାତ୍ରଛାତ୍ରୀ ପଢ଼ୁଥିବା ଏହି କଲେଜରେ ଛାତ୍ରଛାତ୍ରୀ କିମ୍ବା ଷ୍ଟାଫ୍‌ଙ୍କ ନିମନ୍ତେ ପରିସ୍ରାଗାର କିମ୍ବା ଶୌଚାଳୟ ନାହିଁ। ଫଳରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେହିପରି ମହାବିଦ୍ୟାଳୟ ପରିସରରେ ପାନୀୟଜଳର କୌଣସି ସୁବିଧା ନାହିଁ।

ପରିସରରେ ଥିବା ଏକମାତ୍ର ନଳକୂପ ଦୀର୍ଘଦିନ ଧରି ଖରାପ ହୋଇ ପଡ଼ିଥିବା ବେଳେ ପିଇବା ପାଇଁ ଗୋଟିଏ କୂଅ ଉପରେ ଚୈତନ୍ୟ ସାହୁ ସ୍ନାତକ ମହାବିଦ୍ୟାଳୟ ଓ ଚୈତନ୍ୟ ସାହୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ସେହିପରି ମହାବିଦ୍ୟାଳୟ ଚାରିପାଖରେ ପାଚେରି ନଥିବାରୁ ପାଠପଢା ସମୟରେ ଅନେକ ଅଣଛାତ୍ରଛାତ୍ରୀ ମହାବିଦ୍ୟାଳୟକୁ ପ୍ରବେଶ କରି ବିଭିନ୍ନ ସମୟରେ ମହାବିଦ୍ୟାଳୟ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ସନ୍ଧ୍ୟା ସମୟରେ ମହାବିଦ୍ୟାଳୟ ମଧ୍ୟରେ ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି କମନରୁମ୍‌ ନଥିବାରୁ କ୍ଲାସ ନଥିବା ସମୟରେ ସେମାନେ ମହାବିଦ୍ୟାଳୟ ବାରଣ୍ଡାରେ ବସିଥିବା କିମ୍ବା ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଞ୍ଚଳର ଅନ୍ୟତମ ଗର୍ବ ଓ ଗୌରବ ଭାବେ ପରିଚିତ ଏହି ମହାବିଦ୍ୟାଳୟକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ ସମସ୍ତ ମୌଳିକ ଅସୁବିଧାକୁ ଦୂର କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe