କରିଲୋପାଟଣା କଲେଜରେ ନିୟମକୁ ଜଳାଞ୍ଜଳି: ବରିଷ୍ଠଙ୍କୁ ଉପେକ୍ଷା, କନିଷ୍ଠଙ୍କୁ ଅଧ୍ୟକ୍ଷ ଦାୟିତ୍ବ

Advertisment
କରିଲୋପାଟଣା କଲେଜରେ ନିୟମକୁ ଜଳାଞ୍ଜଳି: ବରିଷ୍ଠଙ୍କୁ ଉପେକ୍ଷା, କନିଷ୍ଠଙ୍କୁ ଅଧ୍ୟକ୍ଷ ଦାୟିତ୍ବ

Sambad

କେନ୍ଦ୍ରାପଡ଼ା: ଯାବତୀୟ ଅନିୟମିତତା ଅଭିଯୋଗକୁ ନେଇ ଚର୍ଚ୍ଚାରେ ରହୁଥିବା କରିଲୋପାଟଣା କଲେଜରେ ଏବେ ଆଉ ଏକ ବେନିୟମ କାର୍ଯ୍ୟ ସାମ୍ନାକୁ ଆସିଛି। ବରିଷ୍ଠଙ୍କୁ ଉପେକ୍ଷା କରାଯାଇ କନିଷ୍ଠ ଅଧ୍ୟାପକଙ୍କୁ ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ଏହାକୁ ନେଇ ଅଧ୍ୟାପକଙ୍କ ମହଲରେ ବିବାଦ ଦେଖା ଦେଇଥିବା ବେଳେ କିଭଳି ଆଉ କେଉଁ ନିୟମ ଆଧାରରେ ଦୁଇ ଦୁଇ ଜଣ ବରିଷ୍ଠ ଥାଉ ଥାଉ କନିଷ୍ଠଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଗଲା ଆଉ କଲେଜ ପରିଚାଳନା ପରିଷଦ ଏହାକୁ ଅନୁମୋଦନ କଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏହା ପଛର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ଜାତ ହୋଇଛି।

ସୂଚନାନୁଯାୟୀ, କଲେଜର ଅଧ୍ୟକ୍ଷ ଦତ୍ତକୃଷ୍ଣ ଜେନା ଗତ ନଭେମ୍ବର ୩୦ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳ ଆଦୌ ବିବାଦମୁକ୍ତ ନ ଥିଲା। ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର କରିବା, ମାନସିକ ନିର୍ଯାତନା ଦେବା ଭଳି ଅଭିଯୋଗ ତାଙ୍କ ନାମରେ ଆସିବା ସହିତ ଘଟଣା ଥାନାକୁ ବି ଯାଇଥିଲା। ଏପରିକି ଅଧ୍ୟକ୍ଷଙ୍କ ବିରୋଧରେ ଅଧ୍ୟାପିକା ଏକାଧିକବାର ଜିଲ୍ଳାପାଳ, ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହିତ ନ୍ୟାୟ ପାଇଁ ଫେରାଦ୍‌ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା ଏପରିକି କରୋନାଜନିତ ଲକଡାଉନ୍‌ ସମୟରେ ଦାୟିତ୍ବରେ ଅବହେଳା ପାଇଁ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ କଲେଜର ଅଧ୍ୟାପକ/ଅଧ୍ୟାପିକାଙ୍କ ଦରମା ବନ୍ଦ କରିଦେବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଏଣୁ ଅଧ୍ୟକ୍ଷ ହିସାବରେ ଶ୍ରୀ ଜେନାଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ସମୟରେ ବିବାଦ ଲାଗି ରହିଥିବା ବେଳେ ଏବେ ଅବସର ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ବ ହସ୍ତାନ୍ତରଣକୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ବୁଦ୍ଧିଜୀବୀ ମହଲକୁ ଆଚମ୍ବିତ କରିଛି।

ନିୟମ କହୁଛି ଯେ ଯଦି କୌଣସି କଲେଜରେ ଅଧୢକ୍ଷ ଅବସର ଗ୍ରହଣ କରନ୍ତି, ତେବେ ବରିଷ୍ଠତା ଭିତ୍ତିରେ ତାଙ୍କ ତଳକୁ ଯିଏ ଥିବେ, ସେ ହିଁ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବେ। ଏହି ମର୍ମରେ କରିଲୋପାଟଣା କଲେଜରେ ଦତ୍ତକୃଷ୍ଣ ଜେନାଙ୍କ ପରେ ବରିଷ୍ଠତାରେ ତାଙ୍କ ପଛକୁ ଯଥାକ୍ରମେ ଅଧ୍ୟାପକ ଅଜୟ କୁମାର ରାଉତ ଓ ହିମା˚ଶୁ ଶେଖର ମହାନ୍ତି ରହିଛନ୍ତି। କିନ୍ତୁ ଏହି ଦୁଇ ବରିଷ୍ଠ ଅଧୢାପକଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରାଯାଇ ସେମାନଙ୍କଠୁ କନିଷ୍ଠ ଅଧ୍ୟାପକ ନରୋତ୍ତମ ବିଶ୍ବାଳଙ୍କୁ ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଦୁଇ ବରିଷ୍ଠ ଅଧ୍ୟାପକ ଶ୍ରୀ ରାଉତ ଓ ଶ୍ରୀ ମହାନ୍ତି ଗୋଟିଏ ଦିନରେ ହିଁ ଚାକିରିରେ ଯୋଗଦାନ କରିଥିବା ସରକାରୀ ବିଜ୍ଞପ୍ତି ଦର୍ଶାଉଛି। ଉଭୟଙ୍କ ଚାକିରି ଯୋଗଦାନ ବୈଧ ତାରିଖ ୧୯୯୦, ଅଗଷ୍ଟ ୧୬ ହୋଇଥିବା ବେଳେ ନରୋତ୍ତମ ବିଶ୍ବାଳଙ୍କ ଯୋଗଦାନ ୧୯୯୦, ଅଗଷ୍ଟ ୨୩ତାରିଖ ହୋଇଥିଲେ ହେଁ, ବୈଧ କିନ୍ତୁ ୧୯୯୧, ଜୁନ୍‌ ୧ରେ ହୋଇଛି। ତେଣୁ ଦତ୍ତକୃଷ୍ଣ ଜେନାଙ୍କ ପରେ ଅଧୢକ୍ଷ ଦାୟିତ୍ବ ପାଇଁ ନିୟମାନୁସାରେ ବରିଷ୍ଠତାକୁ ଯଦି ବିଚାରକୁ ନିଆଯିବ, ତେବେ ପ୍ରଥମେ ଅଜୟ ରାଉତ ଏବ˚ ଦ୍ବିତୀୟରେ ହିମା˚ଶୁ ମହାନ୍ତି ଆସୁଛନ୍ତି। ମାତ୍ର ସରକାରଙ୍କ ନିୟମନୁସାରେ ଶିକ୍ଷା ବିଭାଗର ଅଧୢାପକ ଶ୍ରୀ ରାଉତଙ୍କ ଅବସର ସମୟ ସୀମା ଦେବ ବର୍ଷ ବା ୧୮ମାସରୁ କମ୍‌ ଥିବାରୁ ସେ ଅଧୢକ୍ଷ ପଦରେ ବସିପାରିବେ ନାହିଁ। ଏଣୁ ବରିଷ୍ଠତା ଭିତ୍ତିରେ ତାଙ୍କ ତଳକୁ ଥିବା ଇ˚ରାଜୀ ଅଧୢାପକ ହିମା˚ଶୁ ମହାନ୍ତି ପ୍ରମୁଖ ଦାବିଦାର ହେଉଥିବା ସତ୍ତ୍ବେ ତାଙ୍କୁ ଉପେକ୍ଷା କରାଯାଇ କେଉଁ ନିୟମ ଆଧାରରେ ନିରୋତ୍ତମ ବିଶ୍ବାଳଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିଚାଳନା ପରିଷଦର ଏପ୍ରକାର ଅନୁମୋଦନ ପ୍ରତ୍ୟକ୍ଷ ଭାବେ ସରକାରଙ୍କ ନୀତି ନିୟମର ଖୋଲା ଉଲ୍ଲ˚ଘନ କରୁଥିବାରୁ ଏହା ପଛର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ଅନ୍ୟପକ୍ଷରେ ପରିଚାଳନା ପରିଷଦ ସଭାପତି ପ୍ରମୋଦ ରଥ କହିଛନ୍ତି ନିୟମାନୁସାରେ ଅଜୟ ରାଉତଙ୍କ ଚାକିରି କାଳ ଦେଢ଼ ବର୍ଷରୁ କମ୍‌ ଥିବାରୁ ତାଙ୍କୁ ଦାୟିତ୍ବ ଦିଆଯାଇପାରିବ ନାହିଁ। ପ୍ରଶାସନିକ କାରଣ ଦର୍ଶାଇ ଅଧୢକ୍ଷ ଶ୍ରୀ ଜେନା ହିମା˚ଶୁ ମହାନ୍ତିଙ୍କୁ ଏଠାରୁ ବଦଳି ପାଇଁ ସରକାରଙ୍କୁ ଚିଠି ଦେଇଛନ୍ତି। ତେଣୁ ଯେହେତୁ ତାଙ୍କ ବଦଳି ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଛି, ତେଣୁ ନରୋତ୍ତମ ବିଶ୍ବାଳଙ୍କୁ ଦାୟିତ୍ବ ଦିଆଯାଇଛି। ହେଲେ ପ୍ରଶ୍ନ ଉଠୁଛି ଯେ ବଦଳି ପ୍ରସ୍ତାବ ସରକାରଙ୍କ ପାଖେ ବିଚାରାଧୀନ ଥିଲେ ଅଧ୍ୟକ୍ଷ ଦାୟିତ୍ବ ନେଇପାରିବେ ନାହିଁ ବୋଲି କୌଣସି ନିୟମ ଅଛି କି? ନା’ ଅଭିସନ୍ଧି ରଖାଯାଇ ଜାଣିଶୁଣି ଅଧ୍ୟକ୍ଷ ପଦରେ ବସାଇ ନ ଦେବା ପାଇଁ ଏଭଳି ବଦଳି ପ୍ରସ୍ତାବ ପଠାଯାଇଛି? ସାଧାରଣରେ ଉଠୁଥିବା ଏଭଳି ପ୍ରଶ୍ନ ତତ୍କାଳୀନ ଅଧୢକ୍ଷ ଶ୍ରୀ ଜେନାଙ୍କ ସମେତ ପରିଚାଳନା ପରିଷଦ ସଭାପତିଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଉଥିବାର ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe