ବିଶ୍ବକପ ହକି ପାଇଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହ, ଭାରତୀୟ ଦଳର ବିଜୟ କାମନା କରି ଆଙ୍କିଲେ ରଙ୍ଗୋଲି

ବିଶ୍ବକପ ହକି ପାଇଁ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହ, ଭାରତୀୟ ଦଳର ବିଜୟ କାମନା କରି ଆଙ୍କିଲେ ରଙ୍ଗୋଲି

Sambad

ଜୟପୁର: ଓଡ଼ିଶାରେ ଆୟୋଜନ ହେବାକୁ ଥିବା ହକି ବିଶ୍ବକପ୍ ଆଭାସି ମାଧ୍ୟମରେ କଲେଜରେ ଦେଖିବା ପାଇଁ ରାଜ୍ୟସରକାର ବ୍ୟବସ୍ଥା କରୁଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଏହା ଶୁଣିବା ପରେ ଛାତ୍ରୀମାନେ ଭାରତୀୟ ଦଳକୁ ବିଜୟ କାମନାର ଶୁଭେଚ୍ଛା ବାର୍ତ୍ତା ଦେବା ସହ ସହ ମନ ଭରି ଜାତୀୟ ଖେଳ ହକିକୁ ଉପଭୋଗ କରିବୁ ବୋଲି ଛାତ୍ରୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଜି ଛାତ୍ରୀ ମାନେ ବିଶ୍ବକପ ହକି ଉପରେ ଆଧାରିତ ରଙ୍ଗୋଲୀ କଲେଜ ପରିସରରେ ଆଙ୍କିଥିଲେ। ଅଧ୍ୟକ୍ଷା ଡଃ. ମନୋରମା ଦେବୀ ରଙ୍ଗୋଲୀ ସବୁ ବୁଲି ଦେଖି ପିଲାଙ୍କ ସୃଜନ ଶକ୍ତିର ପରାକାଷ୍ଠାକୁ ଭୁରି ଭୁରି ପ୍ରଶଂସା କରିବା ସହ ନିଜ ସହକର୍ମୀ ଓ ଛାତ୍ରୀ ମାନଙ୍କ ସହ ଫଟୋ ଉଠାଇଥିଲେ।

ଅଧ୍ୟକ୍ଷାଙ୍କ ସୂଚନା ଅନୁସାରେ ବିଶ୍ବକପ ହକି ପୂର୍ବରୁ ପିଲାମାନଙ୍କୁ ହକି ସମ୍ବନ୍ଧରେ ସଚେତନ ଓ ଆଗ୍ରହ ସୃଷ୍ଟି ନିମନ୍ତେ ବିଭିନ୍ନ ପ୍ରତିଯୋଗିତା କରାଯିବ। ଏହା ସହ ଆଭାସି ମାଧ୍ୟମରେ ହକି ବିଶ୍ବକପ ମ୍ୟାଚ ଛାତ୍ରୀମାନେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଦେଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ। ଏହାଦ୍ବାରା ଆମ ଜାତୀୟ ଖେଳ ହକି ପ୍ରତି ଯୁବ ସମାଜର ଆଗ୍ରହ ଓ ସମ୍ମାନବୋଧର ବିକାଶ ହେବ ବୋଲି ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜର ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe