ବୈତରଣୀରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ

ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ପିଟିପିଟି ମାରିଦେଲେ

ଆନନ୍ଦପୁର: ଘସିପୁରା ଥାନା ବୈତରଣୀ ନଦୀର କୁଖେଶ୍ଵର ଘାଟରେ ବୁଡ଼ିଯାଇ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁକୁଣା ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ରଣଜିତ ଜେନା(୧୭) | ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମର ବାବୁଲି ଜେନାଙ୍କ ପୁଅ ରଣଜିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ଗତକାଲି ଦିନ ଗୋଟାଏ ବେଳେ ପରୀକ୍ଷା ସରିବା ପରେ ସେ ଘରକୁ ଫେରୁଥିଲେ ।

ରାସ୍ତାରେ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ ଟୁକୁଣା କୁକ୍ଷେଶ୍ଵର ଘାଟରେ ଗାଧୋଉଥିଲେ । ହଠାତ୍ ନଦୀରେ ପାଣି ଆସିବାରୁ ସେ ଭାସି ଯାଇଥିଲେ। ସାଙ୍ଗମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକେ ବହୁ ଖୋଜାଖୋଜି କରିବା ପରେ ରଣଜିତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି।

ସୂଚନାଯୋଗ୍ୟ, ସିଂହନାଳୀଠାରେ ଥିବା ଚୈତରଣୀ ପାୱାର ପ୍ରୋଜେକ୍ଟରୁ ଅନେକ ସମୟରେ ଅଘୋଷିତ ଭାବେ ପାଣି ଛଡ଼ାଯାଉଛି। ଯେଉଁଥିପାଇଁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe