Representative image
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାଲେପାଲି ଗାଁ ନିକଟରେ ଥିବା କେନାଲରେ ବୁଡି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାଲେପାଲି ଗାଁର ବୁଲୁ ସାହୁ (୧୯)। ସେ କେନାଲରେ ଗାଧୋଇବା ସମୟରେ ଦୀର୍ଘ ସମୟ ଧରି ପାଣିରେ ବୁଡି ରହିଥିବାରୁ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇଁ ଘଟଣାସ୍ଥଳକୁ ରାମପୁର ଅଗ୍ନିଶମ ବାହିନୀ ପହଂଚି ପାଣି ଭିତରୁ କଲେଜ ଛାତ୍ରକୁ ଉଦ୍ଧାର କରିଥିଲେ। କିନ୍ତୁ ଉଦ୍ଧାର ହେଲା ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ ଶବ ବ୍ୟବଛେଦ କରିବା ପାଇଁ କଲେଜ ଛାତ୍ରଙ୍କ ଶବକୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି।
Follow Us