ବାପା-ମା’ ବଜାରକୁ ଯାଇଥିବା ବେଳେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର, ଡାକ୍ତରଖାନାରେ ମୃତ ଘୋଷଣା

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର, ଡାକ୍ତରଖାନାରେ ମୃତ ଘୋଷଣା

ବାପା-ମା’ ବଜାରକୁ ଯାଇଥିବା ବେଳେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

ଆନନ୍ଦପୁର: ବାପା ଓ ମା’ ଘରେ ନଥିବା ବେଳେ ଜଣେ କଲେଜ ପଢୁଆ ଝିଅକୁ ଦୁର୍ବୃତ୍ତମାନେ ଘରେ ପଶି ହତ୍ୟା କରିଛନ୍ତି। ମୟରଭଂଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗାଁର କଲୋନି ସାହିରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ଅନୁସାରେ ବାପା ସୁନିଲ ସିଙ୍କୁ ଓ ମା’ ଜେମାମଣି ଆଜି ସକାଳୁ ନିଜର ଅଟୋରେ ନିଟକସ୍ଥ ସାତକୋଶିଆ ହାଟକୁ ଯାଇଥିଲେ। ସେଠାରେ ସେମାନେ ବଜାର କାମ ସାରିବା ପରେ ବ୍ୟାଙ୍କକୁ ମଧ୍ୟ ଯାଇଥିଲେ। ଫଳରେ ଘରକୁ ଫେରିବା ବେଳକୁ ବିଳମ୍ବ ହୋଇଥିଲା। ସୁନିଲ ଓ ଜେମାମଣି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଘରକୁ ଫେରିଥିଲେ। କିନ୍ତୁ ଘରେ ପ୍ରବେଶ କଲା ବେଳକୁ ଝିଅର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଳ ବିଳମ୍ବ ନକରି ରକ୍ତାକ୍ତ ଅବସ୍ଥାରେ ଝିକୁ ନିଜର ଅଟୋରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ଝିଅର ହତ୍ୟା ନେଇ ବାପା-ମା’ କିଛି କହିପାରୁ ନାହାନ୍ତି। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ସୁନିଲ ସିଙ୍କୁଙ୍କ ଘର ଗାଁ ଠାରୁ ଅଳ୍ପ ଦୂରରେ ଅଛି। ଫଳରେ ହତ୍ୟାକାଣ୍ଡ ସଂପର୍କରେ ଗାଁର ଲୋକେମାନେ ମଧ୍ୟ କିଛି କହିପାରୁ ନାହାନ୍ତି। ସୂଚନାଯୋଗ୍ୟ ସୁନିଲଙ୍କ ଝିଅ ଆନନ୍ଦପୁର କଲେଜରେ ଯୁକ୍ତ ୨ ପଢୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe