ଖୋର୍ଦ୍ଧା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ୮ ମୃତକଙ୍କ ପରିବାରକୁ ମିଳିଲା ୩୨ ଲକ୍ଷ ଟଙ୍କାର କ୍ଷତିପୂରଣ

Advertisment
ଖୋର୍ଦ୍ଧା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ୮ ମୃତକଙ୍କ ପରିବାରକୁ ମିଳିଲା ୩୨ ଲକ୍ଷ ଟଙ୍କାର କ୍ଷତିପୂରଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ରାଶି ବଣ୍ଟନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରାଜ୍ୟ ରିଲିଫ୍ କମିଶନରଙ୍କ ଅନୁମୋଦନ କ୍ରମେ,୨୦୨୦ରେ ସର୍ପାଘାତରେ ମୃତ୍ୟୁ ଘଟିଥିବା ବାଲିଅନ୍ତା ମହୁଖଣ୍ଡର ଟୁକୁନା ସ୍ୱାଇଁ, ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ଜଟଣୀ ବୁଦ୍ଧପଡ଼ାର କାଞ୍ଚନ କୁଣ୍ଡା, ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଚିଲିକା ସାଆନ୍ତରାପୁରର ଆଲୋକ ବେହେରା ଓ ଜଟଣୀ ଗଙ୍ଗପଡ଼ାର ମନମୋହନ ଦାସ, ୨୦୨୧ରେ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ବାଲିଅନ୍ତା ଉପରସାହିର ଗୌରାଙ୍ଗ ବେହେରା, ବାଲିପାଟଣା ଗୁଆପୁରର ରଂଜନ ସେନାପତି ଓ ଭୁବନେଶ୍ୱର ଅନ୍ଧାରୁଆର ଚନ୍ଦ୍ରମଣି ସ୍ୱାଇଁ, ୨୦୧୯ରେ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ବୋଲଗଡ଼ର ସଂସାରୀ ନିଶଙ୍କଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଏହି ୮ ମୃତକଙ୍କୁ ପ୍ରାୟ ୩୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe