ହାୱଡାରେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ରାୟଗଡ଼ାକୁ ୪ ସ୍ବର୍ଣ୍ଣ ସହ ୭ ପଦକ

Advertisment
ହାୱଡାରେ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ରାୟଗଡ଼ାକୁ ୪ ସ୍ବର୍ଣ୍ଣ ସହ ୭ ପଦକ

Sambad

ରାୟଗଡ଼ା: ପଶ୍ଚିମବଙ୍ଗର ହାୱଡାରେ ଚାଲିଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାୟଗଡ଼ାଗର ପ୍ରତିଯୋଗୀ କୃତିତ୍ବ ହାସଲ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ଦିନରେ ୪ ସ୍ବର୍ଣ୍ଣ ପଦକ ସହ ମୋଟ ୭ଟି ପଦକ ଜିତି ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ପ୍ରତିଯୋଗୀ। ୫୫ କେଜି ସବ୍ ଜୁନିଅର୍ ବର୍ଗରେ ବୃନ୍ଦାବନ ଶବର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ବରିଷ୍ଠ ବର୍ଗରେ ଗୌରୀ ଶଙ୍କର ସାହୁ ରୌପ୍ୟ, କନିଷ୍ଠ ବର୍ଗରେ କଲା ଚାନ୍ଦୁ କାଂସ୍ୟ ପଦକ ଜିତିଛନ୍ତି।

୭୭ କେଜି ବର୍ଗରେ ଲାଚିଗା ଜାକକା ରୌପ୍ୟ ପଦକ, ୭୭ କେଜି କନିଷ୍ଠ ବର୍ଗରେ ପପୁନ ସାହୁ ସ୍ବର୍ଣ୍ଣ, ୯୪ କେଜି ବରିଷ୍ଠ ବର୍ଗରେ ବୀରେନ୍ଦ୍ର ଶବର ସ୍ବର୍ଣ୍ଣ, ରବି ନାରାୟଣ ନାୟକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗୀଙ୍କ ଏହି କୃତିତ୍ବ ପାଇଁ ଓଡ଼ିଶା ଶକ୍ତି ଉତ୍ତୋଳନ ଆସୋସିଏସସନ୍ ସଭାପତି ତଥା କୋଚ୍ ଦୋରା କଣ୍ଡାଗିରିଙ୍କ ସମେତ ବହୁ କ୍ରୀଡ଼ାବିତ୍ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe