ଖୋର୍ଦ୍ଧା: ସ୍ବାଧୀନତା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଖୋର୍ଦ୍ଧା: ସ୍ବାଧୀନତା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ଖୋର୍ଦ୍ଧା: ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ‌ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ମହାବିଦ୍ୟାଳୟର ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା ଓ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ତିନିସ୍ତରୀୟ ବକ୍ତୃତାରେ ପ୍ରାଣନାଥ ମହାବିଦ୍ୟାଳୟର ସୁଧାକର ଦାସ, ମହର୍ଷି କଲେଜ ଅଫ୍‌ ନାଚୁରାଲ୍‌ ଲର ଅଂଶୁମାନ ସାହୁ ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ସୁଧାସ୍ମିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତା ପ୍ରତିଯୋଗିତା ଯୁକ୍ତ ଦୁଇସ୍ତରରେ ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁଶାନ୍ତ କୁମାର ସାହୁ ପ୍ରଥମ, ପ୍ରାଣନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରୀତିପ୍ରଜ୍ଞା ଭୂଜବଳ ଦ୍ବିତୀୟ ଓ ଦେଉଳୀ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳର ଶ୍ବେତଲିନା ପ୍ରିୟଦର୍ଶିନୀ ତୃତୀୟସ୍ଥାନ ଅଧିକାର କରିଛନ୍ତି।

ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ, ଯୁକ୍ତ ତିନିସ୍ତରରେ ଭୁବନେଶ୍ବର ରାଜଧାନୀ ମହାବିଦ୍ୟାଳୟର ଅସିତ ଜେନା, ‌ବାଣପୁର ଗୋଦାବରୀଶ ମହାବିଦ୍ୟାଳର କୁନି ପ୍ରଧାନ ଓବାଲୁଗାଁ ମହାବିଦ୍ୟାଳର ସ୍ମୃତିରେଖା ସାମନ୍ତରାୟ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଯୁକ୍ତ ଦୁଇ ପ୍ରବନ୍ଧ ପ୍ରତିଯୋଗିତାରେ, ଗୁରୁଜଙ୍ଗ ଜବାହର ନବୋଦୟ ବିଦ୍ୟାଳୟର ଆଦିତ୍ୟକୁମାର ସାହୁ, ପ୍ରାଣନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚିନ୍ମୟୀ ଚିତ୍ରଲେଖା ଓସୌମ୍ୟଶ୍ରୀ ବେହେରା ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ଓଡ଼ିଆ ଦେଶାତ୍ମକବୋଧକ ସଂଗୀତ ଯୁକ୍ତ ତିନିସ୍ତରରେ ପ୍ରାଣନାଥ ମହାବିଦ୍ୟାଳୟର ପ୍ରଜ୍ଞା ପାରମିତା ଲେଙ୍କା, ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ରାଜେନ୍ଦ୍ର ସାହୁ, ରାଜଧାନୀ ମହାବିଦ୍ୟାଳୟର ରାଜା ଗୌଡ଼ ପ୍ରଥମ, ଦ୍ବିତୀୟ ଓତୃତୀୟ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଧ୍ୟାପିକା ଡ ସୁନୀତା ତ୍ରିପାଠୀ, ଡ ମଧୁସ୍ମିତା ତ୍ରିପାଠୀ, ଅଧ୍ୟାପକ ସନ୍ତୋଷ କୁମାର ବେହେରା, ଭଗବାନ ଖିଲାର, ଡ ମନୋଜ ମଞ୍ଜରୀ ସାହୁ,  ଡ ପ୍ରାଚୀପ୍ରଭା ନାୟକ, ଅସୀମା ଶତପଥୀ, ଅକ୍ଷୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷା ଡ ବିନୋଦିନୀ ମିଶ୍ର, ପ୍ରଧ୍ୟାପକ ଶୁଭେନ୍ଦୁ ମହାନ୍ତି, ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ, ଅଧ୍ୟାପିକା ଅଲିଭା ବେଉରା, ଅଧ୍ୟାପିକା ପ୍ରତୀକ୍ଷା ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe