ଚୋରି ହୋଇଗଲା ଆବାସ, ପ୍ରଶାସନର ଦ୍ୱାରସ୍ଥ ହେଲେ ମନବଧ

Advertisment
ଚୋରି ହୋଇଗଲା ଆବାସ, ପ୍ରଶାସନର ଦ୍ୱାରସ୍ଥ ହେଲେ ମନବଧ

କୋରାପୁଟ: ଘର ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଲେ ପିଇଓ। ଦେଇ ନ ପାରିବାରୁ ଜଣଙ୍କୁ ମଞ୍ଜୁର ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଆଉ ଜଣକୁ ମିଳିଲା । ବିଡିଓଙ୍କୁ କହି କହି ଥକିବା ପରେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗଡିଆଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରୀପୁଟ ଗାଁର ମନବଧ ସାଉନ୍ତା। ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଏଡିଏମ ଦେବେନ କୁମାର ପ୍ରଧାନ ଅଭିଯୋଗକୁ ଶୁଣିଛନ୍ତି।

ମିଳିଥିବା ସୂଚନା ମୁତାବକ କିଛିଦିନ ତ‌ଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗାଁର ମନବଧ ସାଉନ୍ତାଙ୍କୁ ଘର ମିଳିଥିଲା। ୱାର୍କ ଅଡର ମିଳିଥିଲାବେଳେ ଅର୍ଥ ମିଳିଲାନି। ଏନେଇ ବ୍ଲକ କାର୍ଯ୍ୟାଳୟରେ ପଚରାଉଚୁରା କରିବା ପରେ ତାଙ୍କ ନାମରେ ହୋଇଥିବା ଘର ମୋହନ ସାଉନ୍ତା ନାମକ ଜଣେ ହିତାଧିକାରୀଙ୍କୁ ଦିଆଯାଇଥିବା ଜଣାପଡିଥିଲା। ଏନେଇ ଜାନୁଆରୀ ୧୮ ତାରିଖରେ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ଫଳରେ ଆଜି ପରିବାର ସହ ଆଜି ଏଡିଏମଙ୍କୁ ଭେଟି ଦୁଃଖ ଜଣାଇଛନ୍ତି।

ତେବେ ଘରଟିଏ ନ ଥିବାରୁ ଅତି ଦୁଃଖରେ କାଳତିପାତ କରୁଛନ୍ତି ମନବଧ ଓ ତାଙ୍କ ୫ ପ୍ରାଣୀ ସଂସାର। ଏନେଇ ଏଡିଏମ ଦେବେନ କୁମାର ପ୍ରଧାନ କହିଛନ୍ତି ଯେ ଘଟଣାର ଗୁରୁତ୍ବ ରହିଥିବା ଅନୁମାନ କରି ପିଡି ଡିଆରଡିଏଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe