ନୂଆପଡ଼ା: ହୋଟେଲରେ ୨ ମହିଳାଙ୍କୁ ଦୁର୍ବ୍ୟବହାର କଲେ ବିଡିଓ, ଥାନାରେ ଅଭିଯୋଗ

Advertisment
ନୂଆପଡ଼ା: ହୋଟେଲରେ ୨ ମହିଳାଙ୍କୁ ଦୁର୍ବ୍ୟବହାର କଲେ ବିଡିଓ, ଥାନାରେ ଅଭିଯୋଗ

Times of India

ନୂଆପଡା: ହୋଟେଲରେ ଭୋଜନ ସମୟରେ ବିଡିଓଙ୍କ ଦ୍ୱାରା ଦୁର୍ବ୍ୟବାର ଶିକାର ହୋଇଥିବା ୨ ଜଣ ମହିଳାଙ୍କ ସଂପର୍କୀୟ ମାନେ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ନୂଆପଡା ଜିଲ୍ଲାର କୋମନା ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ବିଡିଓଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟରେ ବିଡିଓ ଘଟଣାକୁ ଅସ୍ୱୀକାର କରିଛନ୍ତି।

ଅଭିଯୋଗ ଅନୁସାରେ ମଙ୍ଗଳବାର ରାତି ପାଖାପାଖି ୧୧ଟାରେ ରାଜେଶ ନାମରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଭାଇ-ଭାଉଜଙ୍କ ସହ ଭୋଜନ ପାଇଁ ଏକ ହୋଟେଲକୁ ଯାଇଥିଲେ। ଭୋଜନ ସମୟରେ ନିକଟ ଟେବୁଲରେ ବସିଥିବା ବିଡିଓ ଶ୍ୟାମଳ ରାୟ ଏବଂ ତାଙ୍କର ସାଙ୍ଗମାନେ ରାଜେଶଙ୍କ ସ୍ତ୍ରୀ-ଭାଉଜଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହିତ ଦୁର୍ବ୍ୟବହାର କରିଥିଲେ। ରାଜେଶ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe