ନିଆଳିରେ ଜିଲ୍ଲାପାଳଙ୍କ ଜନଶୁଣାଣି, ୧୬୪ ଅଭିଯୋଗ, ୪୫ର ତତ୍କାଳ ସମାଧାନ

Advertisment

ଆର୍ଥିକ ଅନିୟମିତା ନେଇ ଏସ୍‌ଏଚ୍‌ଜିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଅଧିକାରୀ ନୟାନ୍ତ

ଆର୍ଥିକ ଅନିୟମିତା ନେଇ ଏସ୍‌ଏଚ୍‌ଜିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଅଧିକାରୀ ନୟାନ୍ତ

ନିଆଳିରେ ଜିଲ୍ଲାପାଳଙ୍କ ଜନଶୁଣାଣି, ୧୬୪ ଅଭିଯୋଗ, ୪୫ର ତତ୍କାଳ ସମାଧାନ

Sambad

ନିଆଳି: ନିଆଳି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ ୧୬୪ଟି ଅଭିଯୋଗ କରାଯାଇଥିଲା। ସେଥିମଧ୍ୟରେ ୧୪୭ ବ୍ୟକ୍ତିଗତ ଓ ୧୬ଟି ସାମୂହିକ ଅଭିଯୋଗ ରହିଥିଲା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଏଡିଏମ୍ ଶିବନାରାୟଣ ଟପୋ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିବା ସହ ତ୍ବରିତ ସମାଧାନ ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଅପରାହ୍ଣ ପ୍ରାୟ ୧ଟାରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଶିବିରରେ ଯୋଗଦେଇ ଅଭିଯୋଗର ସମାଧାନ ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ୪୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଅପରପକ୍ଷରେ ଅଭିଯୋଗ ଶୁଣାଣି ସମୟରେ ମହିଳା ଗୋଷ୍ଠୀ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ହୋଇଥିଲା। ସଭାନେତ୍ରୀ ଅର୍ଥ ହେର୍‌ଫେର୍‌ କରିଛନ୍ତି ବୋଲି ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବା ପରେ ଅନ୍ୟ ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା।

ଉଭୟ ଗୋଷ୍ଠୀକୁ ବୁଝାଶୁଝା କରିବା ପାଇଁ ଅଧିକାରୀମାନେ ନୟାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର ଶିବିରରେ ୬ଟି ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ କରାଯାଇଥିବା ଜଣାଯାଇଛି। ସେହିପରି ବିଳାସୁଣୀ କୁଣ୍ଡିମୁହଁ ବ୍ରିଜ୍‌ ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୩, ଭତ୍ତା ପାଇଁ ୨୧, ରାସନ କାର୍ଡ ପାଇଁ ୧୯, ‘ଫନି’ କ୍ଷତିଗ୍ରସ୍ତ ପାନବରଜ ପାଇଁ ୭, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଗୋଟିଏ ଦରଖାସ୍ତ ଆସିଥିଲା। ବିଳାସୁଣୀ ପଞ୍ଚାୟତର ବାଙ୍କିହାଟୀ ଓ ବଡ଼ବାଙ୍କିହାଟୀ ରାଜସ୍ବ ଗ୍ରାମର ଚାଷଜମିରେ କେନାଲ ପାଣି ମାଡ଼ୁ ନ ଥିଲା ବେଳେ ଜଳକର ଆଦାୟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିପରି ପନୀୟଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପ୍ରାଣୀସମ୍ପଦ ବିକାଶ, ସାମାଜିକ କଲ୍ୟାଣ, ଯୋଗାଣ ଓ ଖାଉଟି କଲ୍ୟାଣ, ଭିନ୍ନକ୍ଷମ ସଶକ୍ତୀକରଣ ଆଦି ନେଇ ସାମୂହିକ ଅଭିଯୋଗ କରାଯାଇଥିଲା। ଶିବିରରେ ଏସ୍‌ପି ବି. ଯୁଗଳ କିଶୋର, ସିଡିଏମ୍ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ, ସଦର ଏସ୍‌ଡିପିଓ ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶଚନ୍ଦ୍ର ବେହେରା, ପିଡି ଅମ୍ବର କର, ତହସିଲଦାର ବିଦ୍ୟାଧର ପତି, ବିଡିଓ ଉଲ୍ଲାସ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe