ନାବାଳିକା ବିବାହ ନେଇ ଥାନାରେ ଅଭିଯୋଗ

ନାବାଳିକା ବିବାହ ନେଇ ଥାନାରେ ଅଭିଯୋଗ

ହାଟଡ଼ିହି: ହାଟଡିହି ବ୍ଲକ୍‌ ଇଞ୍ଚୋଳ ଗ୍ରାମର ଜଣେ ନାବାଳିକାଙ୍କ ବିବାହ କରାଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ହାଟଡିହି ସିଡିପିଓ। ପୂର୍ବରୁ ସମ୍ପୃକ୍ତ ନାବାଳିକାଙ୍କ ବିବାହ ସମ୍ପର୍କରେ ଖବରପାଇ ହାଟଡିହି ସିଡିପିଓ ଏବଂ ଆନନ୍ଦପୁର ଚାଇଲଡ୍‌ ଲାଇନ୍‌ ସଦସ୍ୟ ତାଙ୍କ ଘରକୁ ଯାଇ ବୁଝାସୁଝା କରିଥିଲେ।

ଝିଅର ବୟସ ମାତ୍ର ୧୬ବର୍ଷ ୫ମାସ ହୋଇଥିବାରୁ ବିବାହ ନ କରାଇବାକୁ ପରାମର୍ଶ ଦେଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ବେ ଫେବ୍ରୁଆରି ୨୪ ତାରିଖରେ ହାଟଡିହି ବ୍ଲକ୍ ବଣିଆରୀ ମନ୍ଦିରରେ ସମ୍ପୃକ୍ତ ନାବାଳିକାଙ୍କ ବିବାହ ହେଉଥିବା ନେଇ କେହି ଚାଇଲଡ୍‌ ଲାଇନ୍‌କୁ ଫୋନ କରି ଜଣାଇଥିଲା।

ଖବର ପାଇ ହାଟଡିହି ସିଡିପିଓ, ନନ୍ଦିପଦା ପୁଲିସ ଓ ଚାଇଲଡ୍‌ ଲାଇନ୍‌ ସଦସ୍ୟ ମନ୍ଦିରରେ ପହଞ୍ଚିଥିଲେ ମଧ୍ୟ କାହାକୁ ପାଇନଥିଲେ। ସେହିଦିନ ଫକୀରପୁର ଗ୍ରାମ ୧୧ ନମ୍ବର ୱାର୍ଡର ଜଣେ ଯୁବକଙ୍କ ସହ ନାବାଳିକାଙ୍କ ବିବାହ ହୋଇଥିବା ଜଣାପଡ଼ିବା ପରେ ହାଟଡିହି ସିଡିପିଓ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe