ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧୀକାରୀଙ୍କ ମନମୁଖୀ କାର୍ଯ୍ୟ ନେଇ ଅଭିଯୋଗ

Advertisment
ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧୀକାରୀଙ୍କ ମନମୁଖୀ କାର୍ଯ୍ୟ ନେଇ ଅଭିଯୋଗ

Sambad

ରାଇରଙ୍ଗପୁର: ବାମନଘାଟି ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟରେ ଦୁର୍ନିତିର ଗନ୍ତାଘର ପାଲଟିଥିବା ନେଇ ଚାଷୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣୁଛନ୍ତି। ଚାଷୀମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନାକୁ ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି। ପ୍ରକୃତ ହିତାଧିକାରୀ ଯୋଜନାର ଲାଭ ପାଉନଥିବା ବେଳେ ଥିଲା ବାଲା ମାନେ ଲାଭ ପାଉଛନ୍ତି। ଚାଷୀ ମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦେଉଥିବା ଅର୍ଥ ଚାଷୀଙ୍କ ପକେଟକୁ ଯିବା ବଦଳରେ ଚିକିତ୍ସାଧିକାରୀଙ୍କ ପକେଟକୁ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଚାଷୀ ମାନଙ୍କ ପାଇଁ ଆସୁଥିବା ଚାଷୀ ତାଲିମ ଶିବିର, ସବସିଡ଼ି ଅର୍ଥ ମଧ୍ୟ ବିନା ସୂଚନାରେ ହଡ଼ପ କରାଯାଉଥିବା। ଯାହାଫଳରେ ଚାଷୀମାନେ ଚାଷ କାର୍ଯ୍ୟ ଛାଡି ଦାଦନ ହେବାକୁ ବାହାର‌ ରାଜ୍ୟକୁ ପାଉଛନ୍ତି। ଯୁବଚାଷୀ ମାନେ ମଧ୍ୟ ଚାଷପ୍ରତି ବିମୁଖ ହେଉଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବାମନଘାଟୀ ଉପଖଣ୍ଡର ଚାଷୀମାନେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାମ ମୋହନ ରାୟ ଦୁର୍ନିତିରଜ ଲିପ୍ତ ଅଛନ୍ତି। ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଆଗମନ‌ ଆଦିବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପରେ କୋଡ଼ିଏ ଲକ୍ଷ ଟଙ୍କାର ଅର୍ଥ କୁକୁଡ଼ା, ଛେଳି, ବତକ, ମେଣ୍ଢା କିଣାଯାଇ ହିତାଧିକାରୀଙ୍କୁ ଦିଆଯିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ରାମମୋହନ ରାୟ ଚାଷୀ ମାନଙ୍କୁ ନ ଦେଇ କାଗଜ କଲମରେ କାମ ସାରି ଦେଇ ଅର୍ଥ ଚଳୁ କରି ଦେଇଛନ୍ତି।

ଏପରିକି ତାଲିମ ମଧ୍ୟ ଦିଆଯାଇ ନାହିଁ। ଅଫିସର ଅଧିକାଂଶ ସମୟରେ ରହୁ ନାହାଁନ୍ତି। ଚାଷୀ ମାନେ ପରାମର୍ଶ ପାଇଁ ଆସି ହତାଶ ହୋଇ ଫେରୁଛନ୍ତି। ଚାଷୀ ମାନଙ୍କ ଠାରୁ ସ୍କିମ ଓ ସବସିଡି ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି। ତେଣୁ ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଡ଼ାକ୍ତର ରାମ ମୋହନ ରାୟଙ୍କ ଦୁର୍ନିତୀ ଓ ଆଦିବାସୀ କୃଷକଙ୍କ ବିକାଶ ବଦଳରେ ବିନାଶକୁ ନେଇ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ୫ ଟି ସଚିବ ଭି. କେ ପାଣ୍ଡିଆନ, ମୟୁରଭଞ୍ଜ ଜିଲ୍ଲାପାଳ, ଭିଜିଲାନ୍ସ ସୁପରିଣଟେଣ୍ତେଣ୍ଟ, ବାଲେଶ୍ବରଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନେ ହେଲେ ଉତ୍କଳ ଡାୟରି ୟୁନିଟର କିଶୋର ସ୍ବାମୀ, ବିଜୟ କୁମାର ମହାନ୍ତ, ସୁଲୋଚନା ମହାନ୍ତି, ସେକ ରଜନ ଏବଂ ଅନ୍ୟମାନେ। ଯଥାଶୀଘ୍ର ତଦନ୍ତ କରାଯାଇ ଡାକ୍ତର ରାୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ବଦଳି କରାଯାଉ। ନହେଲେ ଆଗାମୀ ଦିନରେ ଚାଷୀମାନଙ୍କ ଦ୍ଵାରା ଆନ୍ଦୋଳନ କରାଯିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe