ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସୋମବାର ଜିଲ୍ଲାପାଳ ଓ ଏସ୍ପିଙ୍କ ଅଭିଯୋଗ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଛି। କାର୍ଯକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହ, ପିଡି ଡୁଡା ସୁଦର୍ଶନ ସାଏଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଉପସ୍ଥିତଥିଲେ। ବିଭିନ୍ନ ସମସ୍ୟାମୂଳକ ୧୭୦ଟି ଅଭିଯୋଗ ଦାଖଲ ହୋଇଥିଲା।
ଜିଲ୍ଲାପାଳ ଓ ଏସ୍ପି ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ତୁଲା ସାହୁଙ୍କୁ ଶ୍ରବଣ ଯନ୍ତ୍ର, ସଂଯୁକ୍ତା ଦୀପଙ୍କୁ ଟ୍ରାଇସାଇକଲ ପ୍ରଦାନ କରାଯାଇଥିଲା। ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୩୭ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।
Follow Us