ବ୍ରହ୍ମବରଦା: ବ୍ରହ୍ମବରଦା ଥାନା ଅଧୀନ ରାଉତରାପୁର ପଞ୍ଚାୟତ କୁଣ୍ତପାଟଣା ଗ୍ରାମର ଦର୍ଶନ ଉଚ୍ଚବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଅଭିଯୋଗ ପରେ ବ୍ରହ୍ମବରଦା ପୁଲିସ ୧୩୭/୨୩ରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କେହି ଦୁର୍ବୃତ୍ତ ପାଚେରି ଚଢ଼ି ବିଦ୍ୟାଳୟ ପରିସରରେ ପଶିବା ସହ ଶ୍ରେଣୀଗୃହ କବାଟ ଓ ତାଲା ଭାଙ୍ଗି ଇ-ଲାଇବ୍ରେରି କକ୍ଷରୁ ୪ଟି କମ୍ପ୍ୟୁଟର, ଗୋଟିଏ ଘଣ୍ଟି, କିଛି ଖେଳ ସାମଗ୍ରୀ ଓ ବହି ଚୋରି କରିନେଇଥିବା ପ୍ରଧାନଶିକ୍ଷୟିତ୍ରୀ ସୁଷମା ସାମଲ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଏକାଧିକ ଥର ଚୋରି ହୋଇଥିବା ବେଳେ ବ୍ରହ୍ମବରଦା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ସରପଞ୍ଚ ସ୍ବର୍ଣ୍ଣଲତା ସାହୁ କହନ୍ତି ଯେ ଉକ୍ତ ୫-ଟି ବିଦ୍ୟାଳୟରେ ଜଣେ ରାତ୍ର ଜଗୁଆଳ ନିଯୁକ୍ତି ପାଇଁ ନୋଟିସ ଦିଆଯାଇଥିଲା। ମା’ କାଳୀ ସ୍ବୟଂ ସହାୟକା ଗୋଷ୍ଠୀ ପକ୍ଷରୁ ନିଯୁକ୍ତି ପାଇଁ ଆବେଦନ କରାଯାଇଥିଲା। ହେଲେ ଏଯାଏ କାହାରିକୁ ନିଯୁକ୍ତି ଦିଆଯାଇ ନଥିବାରୁ ଏଭଳି ଘଟଣା ଘଟିଛି ବୋଲି ସରପଞ୍ଚ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us