ବିପଦ ଡାକୁଛି ଅଧୁରା ଉଚ୍ଛେଦ, ଗଳି ପଡୁଛି ଭଙ୍ଗା କଂକ୍ରିଟ୍ ସ୍ଲାବ୍‌

Advertisment
ବିପଦ ଡାକୁଛି ଅଧୁରା ଉଚ୍ଛେଦ, ଗଳି ପଡୁଛି ଭଙ୍ଗା କଂକ୍ରିଟ୍ ସ୍ଲାବ୍‌

ବରଗଡ଼: ସପ୍ତାହେ ପରେ ଜୀରା ନଦୀରୁ ଲେଙ୍ଗୁ ମିଶ୍ର ଛକ ଯାଏଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ସ୍ଥିତି ସ୍ପଷ୍ଟ ହେବ। ୧୩ ତାରିଖ ଦିନ ହାଇକୋର୍ଟ ମାମଲାର ଶୁଣାଣି କରିବେ। ସ୍ଥିତାବସ୍ଥା ହଟିବ ନା ବଳବତ୍ତର ରହିବ, ତାହା ସେ ଦିନ ସନ୍ଧ୍ୟାରେ ଜଣାପଡ଼ିବ। ତେବେ ଅଧପନ୍ତରିଆ ଉଚ୍ଛେଦ ପ୍ରକ୍ରିୟା ଏବେ ଚିନ୍ତା ବଢ଼ାଇଛି। ପୂର୍ବରୁ ୫୮ଟି ପ୍ଲଟ୍‌ରୁ ଜବରଦଖଲ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ ହେଲା। କିନ୍ତୁ ଏଥିରୁ ୧୪ଟି ପ୍ଲଟ୍‌କୁ ବିଚାରଧୀନ ଭାବେ ରଖାଯାଇଥିଲା। ତେଣୁ ଗତମାସ ୩୧ ତାରିଖରୁ ୪୪ଟି ପ୍ଲଟ୍‌ରେ ଆଂଶିକ କିମ୍ବା ସଂପୂର୍ଣ୍ଣ ଉଚ୍ଛେଦ ଆରମ୍ଭ ହେଲା।

କିନ୍ତୁ ଯେଉଁ ପ୍ଲଟ୍‌ରେ ଆଂଶିକ ଉଚ୍ଛେଦ ହୋଇଛି, ତାହା ବିପଦ ଡାକୁଛି। ଭଙ୍ଗା କଂକ୍ରିଟ୍‌ ସ୍ଲାବ୍‌ଗୁଡ଼ିକ ଝୁଲି ରହିଛି। ମଙ୍ଗଳବାର ରାତିରେ ଏକ ବିରାଟ୍‌ ସ୍ଲାବ୍‌ ରାସ୍ତା ଉପରେ ଖସି ପଡ଼ିଥିଲା। ସୌଭାଗ୍ୟକୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ। କିନ୍ତୁ ଅଧପନ୍ତରିଆ ଭଙ୍ଗା ରହିଥିବା ବିଭିନ୍ନ କୋଠା ଏବେ ବିପଦସଂକୁଳ ଅବସ୍ଥାରେ। ଅଧା ଭଙ୍ଗା ଦୋକାନରେ ବେପାର ବି ଚାଲିଛି। ତେବେ କିଛି କୋଠାକୁ ବିପଦସଂକୁଳ ବୋଲି ଘୋଷଣା କରି ଏଠାରେ ଲୋକଙ୍କ ରହଣି ଏବଂ ଚଳପ୍ରଚଳକୁ ବାରଣ କରିବା ଜରୁରୀ ହୋଇପଡ଼ିଛି। ନଚେତ କିଛି ବି ଅଘଟଣ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe