Advertisment

କବିତାରେ ଯେତିକି କୋମଳ, ସମ୍ପାଦନାରେ ସେତିକି କଠୋର ଥିଲେ ସୁନୀଲ୍ କୁମାର ପୃଷ୍ଟି

Advertisment

'ଭଲକବିତାର ଖୋଜ୍' ପକ୍ଷରୁ ୭୫ତମ ଆସରରେ ସୁନୀଲ୍ ସନ୍ଧ୍ୟା

'ଭଲକବିତାର ଖୋଜ୍' ପକ୍ଷରୁ ୭୫ତମ ଆସରରେ ସୁନୀଲ୍ ସନ୍ଧ୍ୟା

କବିତାରେ ଯେତିକି କୋମଳ, ସମ୍ପାଦନାରେ ସେତିକି କଠୋର ଥିଲେ ସୁନୀଲ୍ କୁମାର ପୃଷ୍ଟି

ବାଲେଶ୍ଵର: କବି ସୁନୀଲ କୁମାର ପୃଷ୍ଟି ସମ୍ପାଦନା କ୍ଷେତ୍ରରେ ଥିଲେ ବେଶ୍ କଠୋର। କିନ୍ତୁ କବିତା ଓ ବ୍ୟକ୍ତିସତ୍ତାରେ ସେ ଆଦୌ ଆଗ୍ରେସିଭ୍ ନଥିଲେ, ଥିଲେ ଉଦାର, କୋମଳ ଓ ଭାବପ୍ରବଣ। ନୂଆ କବିଙ୍କ ପାଇଁ ସେ ଜଣେ ପ୍ରଖର ପ୍ରେରଣାଦାୟୀ କବି ଥିଲେ। ନିଜ କବିତାରେ ରୋମାଣ୍ଟିକ ଚେତନାକୁ ଧରି ରଖୁଥିଲେ ବି ସେ ଥିଲେ ସମସାମୟିକ କବିଙ୍କ ଠାରୁ ଭିନ୍ନ। ପ୍ରେମ ଭଲପାଇବା ଓ ବିରହ ବିଷାଦକୁ ନେଇ ସେ ତାଙ୍କ କାବ୍ୟାଦର୍ଶରେ ଥିଲେ ଗଭୀର ଅନ୍ତର୍ଦୃଷ୍ଟିସମ୍ପନ ଓ ନୂଆ ଏକ ଧାରାର ପ୍ରବର୍ତ୍ତକ ବୋଲି ଗତକାଲି ୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବିବେକାନନ୍ଦ ମାର୍ଗସ୍ଥିତ ହୋଟେଲ ଡାଲଚିନି ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ କରିଥିଲେ ଉପସ୍ଥିତ କବିଗଣ।

୨୪ ତାରିଖ ଶୁକ୍ରବାର ସନ୍ଧ୍ୟାରେ 'ଭଲକବିତାର ଖୋଜ୍' ଆନୁକୁଲ୍ୟରେ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଆମ ଗହଣରୁ ବିଦାୟ ନେଇଥିବା ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ଏହି ଆସରକୁ 'ସୁନୀଲ୍ ସନ୍ଧ୍ୟା' ଭାବରେ ଉତ୍ସର୍ଗ କରାଯାଇଥିଲା। ଏହି ଆସରରେ ପ୍ରଥମେ ଆବାହକ କୃଷ୍ଣ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଦେବା ସହିତ ସୁନୀଲ ପୃଷ୍ଟିଙ୍କ ସମ୍ପର୍କରେ ନିଜସ୍ଵ ଅନୁଭବ କହିଥିଲେ। ପରେ ପରେ କବି ଶ୍ରୀଦେବ, ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳ, କବି ପ୍ରଶାନ୍ତ ଦାସ, କବି ସୀତାଂଶୁ ଲେଙ୍କା, କବି ଓ ଗାଳ୍ପିକା ଦେବଯାନୀ ଦାସ, କବି ଓ 'ସେଇଠୁ ଆରମ୍ଭ'ରେ ସମ୍ପାଦକ ଶୁଭେନ୍ଦୁ ଦାସ, କବି ଓ ଅଧ୍ୟାପକ ଦିଲୀପ କୁମାର ଦାସ ଏବଂ କବି ଉତ୍ପଳ ମହାନ୍ତି ପ୍ରମୁଖ ଶୋକ ବ୍ୟକ୍ତ କରିବା ସହିତ କବି ସ୍ଵର୍ଗତ ପୃଷ୍ଟିଙ୍କ କବିତା ବହିରୁ ଭିନ୍ନ ଭିନ୍ନ କବିତା ପାଠ କରିଥିଲେ। ପଠିତ କବିତା ଗୁଡିକୁ ଉପସ୍ଥିତ କବିମାନେ ଆଲୋଚନା କରିବା ସହ କବି ସୁନୀଲଙ୍କୁ ଏ କବିତା ହିଁ ଅମର କରି ରଖିବ ବୋଲି କହିଥିଲେ। ଶେଷରେ ଅନ୍ୟତମ ଆବାହକ ଉତ୍ପଳ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe