ରେଳ ଦୁଘଟଣାରେ ମୃତକଙ୍କ ପାଇଁ ଜେଏମ୍ଏମ ପକ୍ଷରୁ ଶୋକ

Advertisment
ରେଳ ଦୁଘଟଣାରେ ମୃତକଙ୍କ ପାଇଁ ଜେଏମ୍ଏମ ପକ୍ଷରୁ ଶୋକ

ରାଇରଙ୍ଗପୁର: ବାଲେଶ୍ବର ଜିଲ୍ଲା ବାହାନଗାଠାରେ ରେଳ ଦୁଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଦେଶବାସୀଙ୍କୁ ମର୍ମାହତ କରିଛି। ମୃତକ ମାନଙ୍କ ପାଇଁ ଶନିବାର ରାଇରଙ୍ଗପୁରସ୍ଥିତ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ  କାର୍ଯ୍ୟଳୟଠାରେ ଶୋକ ସଭା କରାଯାଇଥିଲା । ଜେଏମ୍ଏମ ରାଜ୍ୟ ସଭାପତି ଅଂଜନୀ ସୋରେନଙ୍କ ନେତୃତ୍ୱରେ ଶତାଧିକ କର୍ମୀ କାର୍ଯ୍ୟଳୟ ପରିସରରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ଦୁଇ ମିନଟର ନିରବ ପ୍ରାର୍ଥନା କରିଥିଲେ।

ପରବର୍ତ୍ତୀ ସମୟରେ ଜେଏମ୍ଏମ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ଏଥି ସହିତ ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି କହିଥିଲେ। ଏହା ବ୍ୟତୀତ  ବିଭତ୍ସ ରେଳ ଦୁଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କାର୍ଯ୍ୟକ୍ରମରେ ଜେଏମ୍ଏମ କେନ୍ଦ୍ରୀୟ କମିଟି ସଦସ୍ୟ ସୁନୀଲ ମାଝୀ, ସାଲୁ କିସ୍କୁ, ସନାତନ ମୁଣ୍ଡା,ଘନଶ୍ୟାମ ପିଙ୍ଗୁଆ, ଫାଗୁ ବାସ୍କେ,ବନତା ବାସ୍କେ, କିନିରାମ ଅଳଦା ଓ ଅନ୍ୟ ଜେଏମ୍ଏମ କର୍ମୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe