ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ

Advertisment
ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ

ଭଦ୍ରକ: ଡ୍ୟୁଟି ସମୟରେ ମଦ ନିଶାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପୁଲିସ ଉପରକୁ ହାତ ଉଠାଇଲେ କନେଷ୍ଟବଳ। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ମଦ ନିଶାରେ ଥାନା ମଧ୍ୟରେ ଅସଭ୍ୟ ଭାଷାରେ ଅନ୍ୟ କର୍ମଚାରୀଙ୍କୁ ଗାଳିଗୁଲଜ କରୁଥିବାର ଭିଡ଼ିଓ ଦେଖିବାକୁ ମିଳିଛି।

ଖବର ପାଇ ସ୍ଥାନୀୟ ସାମ୍ବାଦିକ ଥାନାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସମ୍ପୃକ୍ତ ସାମ୍ବାଦିକ ଜଣକ କନେଷ୍ଟବଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ଉପରେ ଭଦ୍ରକ ଏସପି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe