ନୀଳକଣ୍ଠସାଗର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ରୁପରେଖକୁ ନେଇ ପୁଣି ଦ୍ବନ୍ଦ

Advertisment
ନୀଳକଣ୍ଠସାଗର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ରୁପରେଖକୁ ନେଇ ପୁଣି ଦ୍ବନ୍ଦ

ଜୟପୁର: ସହରର ପ୍ରମୁଖ ଦୁଇ ଜଳାଶୟର ଚାଲିଛି ପୁନଃରୁଦ୍ଧାର। ନୀଳକଣ୍ଠସାଗରର ୯କୋଟି ୮ଲକ୍ଷରେ ଏନବିସିସି ଠିକା ସଂସ୍ଥା ପୁନଃରୁଦ୍ଧାର ପାଇଁ ନେଇଛି କାମ। ତେବେ ଠିକା ପୂର୍ବରୁ ଡିପିଆର ଓ ଡିଜାଇନ୍ ତିନି ତିନି ଥର ବଦଳିବା ପରେ ଅନୁମୋଦନ ଲାଭ କରିଥିଲା। ଏବେ କେଉଁ ଡିପିଆରର ଡିଜାଇନରେ କାମ ଚାଲିଛି ସାଗର ପାର୍ଶ୍ବରେ ସାଇନ୍ ବୋର୍ଡ ଲାଗିବା କଥା । ସେଭଳି କିଛି ଲାଗିନି। ସେହିପରି ଏହାରି ମଧ୍ୟରେ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ବି ସାଗରର କାମ ନିକଟକୁ ଯାଇ ଡିପିଆରକୁ ପରିବର୍ତ୍ତନ କରି କାମ କରାଯାଉଛି ବୋଲି ବିଗିଡ଼ିଥିଲେ। ଏହା ପରେ ଏନବିସିସିର ଆର୍କିଟେକ୍ଟ ଆସି ଆଲୋଚନା କରି ଫେରିଛନ୍ତି। ନୂଆ ଡିଜାଇନ୍ ଓ ୩ଡି କରିକି ସପ୍ତାହକ ମଧ୍ୟରେ ପୌରପାଳିକା ନିକଟରେ ଦାଖଲ କରିବେ ବୋଲି ସୂଚନା ମିଳିଛି।

ତେବେ ଏହାରି ମଧ୍ୟରେ ସାଗରରେ ଜମା ରହିଥିବା ପଙ୍କ ସବୁ ଉଦ୍ଧାର କରିବା ସହ ବାକି ସବୁ କାମ କରିବାକୁ କୁହାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସାଗର ମଧ୍ୟରେ ଥିବା ପଥରକୁ ନେଇ ସାଗର ମଧ୍ୟରେ ବୋଟ ଚାଲିବା ଏବଂ ଟାପୁକୁ ଯିବା ରାସ୍ତା ଆଦି କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ତେବେ ସାଗରର ଦୁଇପାର୍ଶ୍ବର ଜବରଦଖଲ ଓ ବିଦ୍ୟୁତ ଟ୍ରାନସଫରମର ଆଦି ଉଠାଇବା ପ୍ରକ୍ରିୟା ବି ଜାରି ରହିଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। କେଉଁ ଡିଜାଇନରେ ସାଗରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ରୁପରେଖ ଚାଲିଛି ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe