ନାମାଙ୍କନପତ୍ର ଦାଖଲ କଲେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ

ନାମାଙ୍କନପତ୍ର ଦାଖଲ କଲେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବୁଧବାର ଦିନ ସୁଭ ଲଗ୍ନ ଦେଖି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ଦିନ ୧୧ଟା ସମୟରେ ବୀରମହାରାଜପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ସିଂଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। । ତାଙ୍କ ସହିତ ବୀରମହାରାଜପୁର ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ଆଇନଜୀବୀ ଉମାଶଙ୍କର ପଣ୍ଡା ପ୍ରମୁଖ ସାମିଲ ଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୩ ତାରିଖ (ଶୁକ୍ରବାର)ରେ କଂଗ୍ରେସ ଦଳ ତରଫରୁ ଏକ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଲବ କୁମାର ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe