ଜୟପୁର ଗଣଦୁଷ୍କର୍ମ ମାମଲା: ଜଣେ ଗିରଫ, ଅନ୍ୟ ‌ଜଣେ ଫେରାର

ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ସଂଘ ଲଢ଼ିବନି ମକଦ୍ଦମା

ଜୟପୁର ଗଣଦୁଷ୍କର୍ମ ମାମଲା: ଜଣେ ଗିରଫ, ଅନ୍ୟ ‌ଜଣେ ଫେରାର

ଜୟପୁର: କେରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଂଚଳର ଜଣେ ମହିଳାଙ୍କୁ ଗତମାସ ୨୪ ତାରିଖ ମଧ୍ୟରାତ୍ରିରେ ହୋଇଥିବା ଦୁଷ୍କର୍ମ ମାମଲାରେ ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ‌ଅଭିଯୁକ୍ତର ସଂପର୍କରେ ପୁଲିସ ଅଧିକ ତଥ୍ୟ ଦେଇନାହିଁ। ଏବାବଦରେ ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ପୁଲିସ କହିଛି। ଏହି ଗଣଦୁଷ୍କର୍ମରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ଥିବା ଜଣାପଡ଼ିଛି।

ତେବେ ଗିରଫ ଓ ଫେରାର ଅଭିଯୁକ୍ତଙ୍କ ପାଇଁ କେସ୍ ଲଢ଼ିବେନି କେରାପୁଟ ଜିଲ୍ଲା ଓକିଲ ସଂଘର ଓକିଲ। ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପାତ୍ର ପ୍ରମୁଖ ଗାଁକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟି ଏଭଳି ପ୍ରତିଶ୍ରୁତି ଦେଇ ଫେରିଛନ୍ତି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ପରିବାର ପ୍ରତି ସହାନୁଭୁତି ରହିଛି। ଜଣେ ମହିଳାଙ୍କୁ ଏଭଳି କୁକୁର୍ମ କରିଥିବା ବ୍ୟକ୍ତିଙ୍କ ସପକ୍ଷରେ ଆଇନଜୀବୀ ମାନେ ଲଢ଼ିବେ ନାହିଁ ବୋଲି କହିଛନ୍ତି ସଭାପତି ଶ୍ରୀ ଦାଶ।

ସୂଚନାଯୋଗ୍ୟ, ଗତମାସ ୨୪ତାରିଖ ରାତି ସାଢ଼େ ଗୋଟାଏ ବେଳେ ଜୟପୁର ବ୍ଲକର ସହର ନିକଟବର୍ତ୍ତୀ ଗୋଟିଏ ଗାଁର ଜୈନେକ ବ୍ୟକ୍ତିଙ୍କ ଘରକୁ ପଶି ଅଭିଯୁକ୍ତ ଲାଲୁ ବାହାଦୁର ଓ ମିନ ବାରିକ ଗଣଦୁଷ୍କର୍ମ କରିଥିବା ମହିଳା ଥାନାରେ ପୀଡିତା ମହିଳା ଏବଂ ତାଙ୍କ ପରିବାର ବର୍ଗ ଅଭିଯୋଗ କରିଥିଲେ। ଏ ନେଇ ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇ କୋରାପୁଟରୁ ସାଇନଟିଫିକ୍ ଦଳ ଆସି ତାଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରିଥିଲେ। ଏହା ସହ ପୀଡ଼ିତା ମହିଳାଙ୍କର ଡାକ୍ତରୀ ମାଇନା ଓ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଲିପିବଦ୍ଧ କରାଯାଇଥିଲା। ଏହି ଘଟଣାକୁ ନେଇ ତିନି ରାଜନୈତିକ ଦଳ କଂଗ୍ରେସ, ବିଜେଡି, ବିଜେପି କର୍ମୀ ମଧ୍ୟ ସମବେଦନା ଜଣାଇଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ବିଜେପି ଜୟପୁର ସହରରେ ୧୨ଘଣ୍ଟିଆ ବନ୍ଦ ବି କରିଥିଲେ। ଏସ୍‌ପି ବରୁଣ ଗୁଣ୍ଠପାଲ୍ଲୀ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe