ବୀରମହାରାଜପୁର: ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ ଆଜି ନାମାଙ୍କନର ଶେଷ ଦିନରେ ବୀରମହାରାଜପୁରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ସେ ରାଲିରେ ବାହାରି ଥିଲେ। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ସମେତ ଦୁଇ ହଜାରରୁ ଅଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ଠାରେ ତିନି ସେଟ୍ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଏଆଇସିସି ପର୍ଯ୍ୟବେକ୍ଷକ ସଚିନ୍ ନାଏକ, ରାଜ୍ୟ କଂଗ୍ରେସ ଉପସଭାପତି ଗୌରିଶ୍ୟାମ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବସନ୍ତ ମହାକୁଡ଼ ବିନିକା ଉଲୁଣ୍ଡା ବ୍ଳକର ନେତା କର୍ମୀ ସାମିଲ ହୋଇଥିଲେ।
ସେହିପରି ଭାବରେ ଶୁକ୍ରବାର ସ୍ବାଧୀନ ପ୍ରାର୍ଥୀ ଭାବରେ ପୁରନ ଲୁହା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ବୀରମହାରାଜପୁର ଆସନ ପାଇଁ ଏଥର ସମୁଦାୟ ସାତ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି (ଶନିବାର) ଦିନ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ବୋଲି ସୁଚନା ଦିଆଯାଇଛି।
Follow Us