ବହୁ ବିଜେପି, କଂଗ୍ରେସକର୍ମୀ ବିଜେଡିମୁହାଁ: ମହାମିଶ୍ରଣ ପରେ ଯୋଗେଶ ଶିବିରରେ ଉତ୍ସାହ

Advertisment
ବହୁ ବିଜେପି, କଂଗ୍ରେସକର୍ମୀ ବିଜେଡିମୁହାଁ: ମହାମିଶ୍ରଣ ପରେ ଯୋଗେଶ ଶିବିରରେ ଉତ୍ସାହ

ସୁନ୍ଦରଗଡ଼: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ନିଜ ପୁରୁଖା ନେତାଙ୍କ ସହ ଦଳ ଛାଡୁଛନ୍ତି କର୍ମୀ। ବହୁ ବିଜେପି ଓ କଂଗ୍ରେସକର୍ମୀ ଏବେ ବିଜେଡିମୁହାଁ। ଗତକାଲି ସୁନ୍ଦରଗଡସ୍ଥ ଶଙ୍କର ମ୍ୟାରେଜ୍ ହଲ ଠାରେ ଅନୁଷ୍ଠିତ ମହାମିଶ୍ରଣରେ ବିଜେପି ଓ କଂଗ୍ରେସର ୨ ହଜାର କର୍ମୀ ବିଜେଡିରେ ମିଶିବା ପରେ ଯୋଗେଶ ଶିବିର ଉତ୍ସାହିତ। ସଦର ନିର୍ବାଚନ ମଣ୍ଡଳୀରେ ଯୋଗେଶ ସିଂଙ୍କ ନେତୃତ୍ବରେ ଏହିଭଳି ଅନେକ ମହାମିଶ୍ରଣ ପର୍ବ ଆୟୋଜନ କରି ଦଳ ଶକ୍ତିବୃଦ୍ଧି କରୁଥିବା ପ୍ରକାଶ ପାଇଛି। ବିଜୁ ଜନତା ଦଳର ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ ଓ ସହପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକଙ୍କ ମାର୍ଗଦର୍ଶନରେ ଯୋଗେଶ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର କୋଣଅନୁକୋଣକୁ ପହଞ୍ଚି ପାରିଛନ୍ତି। ଏପରିକି ବିଜେପିର ଦୃଢ଼ ସମର୍ଥନ ଥିବାସ୍ଥାନରୁ ମଧ୍ୟ ଅନେକ କର୍ମୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗେଶ ସିଂଙ୍କ ନେତୃତ୍ବକୁ ଗ୍ରହଣ କରିଥିବା ଦଳ ତରଫରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମହାମିଶ୍ରଣ ପର୍ବରେ ସୁନ୍ଦରଗଡ଼ ଯୁବ କଂଗ୍ରେସ ନେତା ସଞ୍ଜୟ ସାହୁ ୩୧ ଜଣ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ସେହିପରି କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ସଞ୍ଜୟ ପୃଷେଠ ଓ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା କୁମୁଦିନୀ ରାଉତରାୟ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ଏହି ସମାବେଶରେ ହେମନ୍ତ ପାଢ଼ୀ, ଅମନ୍ ହୁସେନ, ଅଝାର ହୁସେନ, କୈଳାଶ ତନ୍ତୀ, ସୁକାନ୍ତ ରୋହିଡାସ, ମଙ୍ଗଳ ଜୟପୁରିଆ, ଟୁନା ମହାରଣାଙ୍କ ନେତୃତ୍ବରେ ୧୯୭ କର୍ମୀ, ରାଜା ହୋତା,ସୁଶାନ୍ତ ଦେବ, ସୌମ୍ୟ ସାହୁ, ଟୁନା ମହାରଣା, ବିଶ୍ୱ ରାଉତ, ଗୌତମ ସନୋଏନ, ଦାମୋଦରଙ୍କ ନେତୃତ୍ୱରେ ୧୪୭ କର୍ମୀ, ଆୟାନ୍ ହୁସେନ, କୁନାଲ ନାଥ, ଏମ.ଡି ହାସନ୍, ବଣ୍ଟି ପଟେଲ, ନିଲୁ ପଟେଲ, ସୌରଭ ପଟେଲ,ଶେଖର ପଟେଲ, ଦେବାଶିଷ ପଟେଲଙ୍କ ନେତୃତ୍ବରେ ୨୪୨ କର୍ମୀ, ବେଣୁଧର ତାଣ୍ଡିଆଙ୍କ ନେତୃତ୍ୱରେ ୨୬ କର୍ମୀ,ଶୋଭନ ଦାଶ ଓ ପ୍ରଫୁଲ୍ଲ ରୋହିଦାସଙ୍କ ନେତୃତ୍ୱରେ ୬୯ କର୍ମୀ, ବୃନ୍ଦାବତୀ, ମୌସୁମୀ ତ୍ରିପାଠୀ, ରୀତା ସାହୁଙ୍କ ନେତୃତ୍ଵରେ ୧୧୭ କର୍ମୀ, ଉମେଶ ଶର୍ମା, ଲିଙ୍କନ ଓ ସ୍ଵାଗତ ଯୋଶୀଙ୍କ ନେତୃତ୍ୱରେ ୨୯ କର୍ମୀ, ରିତେଶ ସିଂ ଓ ସଚିନ୍ଦ୍ର ବିଶ୍ଵକର୍ମାଙ୍କ ନେତୃତ୍ୱରେ ୧୦୩ କର୍ମୀ, ତ୍ରିଲୋଚନ କାକଙ୍କ ନେତୃତ୍ୱରେ ୩୩୫ କର୍ମୀ, ନରଦୀପ ସିଂହଙ୍କ ନେତୃତ୍ୱରେ ୨୧୬ କର୍ମୀ ତଥା ସହବାଜ୍ ହୁସେନଙ୍କ ନେତୃତ୍ୱରେ ୪୩୭ କର୍ମୀ ଯୋଗ ଦେଇଥିଲେ। ଏତଦ୍ ବ୍ୟତୀତ ଲଲାଟେନ୍ଦୁ ପରିଡ଼ାଙ୍କ ନେତୃତ୍ୱରେ ଦୁର୍ଗାବାହିନୀ ତ୍ୟାଗ କରି ୧୭ ଜଣ ଯୁବତୀ ତଥା ଜିଲ୍ଲା ଆଇନ ସାମ୍ମୁଖ୍ୟ ସଭାପତି ଓ ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ଅଶୋକ ସ୍ୱାଇଁଙ୍କ ନେତୃତ୍ୱରେ ୨୬ ଜଣ ଆଇନଜୀବୀ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ।

ଏହି ସମାବେଶରେ ସୁନ୍ଦରଗଡ଼ ଖ୍ୱାଜା ଗରିବ ନୱାଜ କମିଟିର ୪୩ ଜଣ ସଦସ୍ୟଙ୍କ ସହିତ ଜାଭିର ଖାନ ଓ ମହମ୍ମଦ ରିଆଜଙ୍କ ନେତୃତ୍ୱରେ ୪୭ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅବସରରେ ନବାଗତ କର୍ମୀମାନଙ୍କୁ ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ, ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, ବରିଷ୍ଠ ନେତା ଜଗଦୀପ ପ୍ରତାପ ଦେଓ, ହିମାଂଶୁ ଷଡ଼ଙ୍ଗୀ, ପ୍ରଫୁଲ୍ଲ ସୁନ୍ୟାନୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ଏହି ମହାମିଶ୍ରଣରେ ଦଳର ବରିଷ୍ଠ କର୍ମକର୍ତ୍ତା ଜୟ ନାରାୟଣ ତ୍ରୀପାଠୀ, ଆଶିଷ ତ୍ରିପାଠୀ, କାଶୀନାଥ ରାଉତ, ଅଶ୍ଵିନୀ ନାଏକ, ସମରେନ୍ଦ୍ର ସିଂ ଦେଓ, ମନୋଜ ପଟେଲ, ନରେଶ ସିଂ, ମହମ୍ମଦ ମୁସ୍ତାକ, ପ୍ରକାଶ ବହିଦାର, ନିର୍ମଳ ବୋଷ, ସୁମନ୍ତ ସାହୁ, ବୀଣା ସାହୁ, ଚାମେଲି ଓରାମ, ଅନିଲ ମହାପାତ୍ର, ସୁନିଲ ମହାପାତ୍ର, ପଞ୍ଚା ବାର୍ଲା, ଜାହିର ହୁସେନ, ଅଶୋକ ମହାନ୍ତି, ସ୍ବରାଜ ପଟେଲ, ମହମ୍ମଦ କଲିମ, ରାଜା ସାହୁ, ବୈକୁଣ୍ଠ ବନଛୋର, ଆୟୁବ ଅଲ୍ଲୀ, ଶୈଳେଶ ସା, ଜିତୁ ଶେଖର ଦେଓ, ଚିତ୍ତ ନାଏକ, ଆଶିଷ ପଶାୟତ, ଦୀପକ ଆଚାର୍ଯ୍ୟ ତଥା ଅନେକ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe