କୁଚିଣ୍ଡା କଂଗ୍ରେସ ଭବନରେ କର୍ମୀ ସମ୍ମିଳନୀ 

କୁଚିଣ୍ଡା କଂଗ୍ରେସ ଭବନରେ କର୍ମୀ ସମ୍ମିଳନୀ 

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା କୁଚିଣ୍ଡା ସହରସ୍ଥିତ କଂଗ୍ରେସ ଭବନ ଠାରେ ନଗର ସଭାପତି ଅଖିଲ ପ୍ରତାପ ସିଂଙ୍କ ପରିଚାଳନାରେ ଏକ ସଭାର ଆୟୋଜନ ହୋଇଛି। ଏହି ସଭାରେ ଜିଲ୍ଲା ସଭାପତି ଜୟଶଙ୍କର ମିଶ୍ର ଉଦବୋଧନ ଦେଇ ନିଜକୁ ବଳିଷ୍ଠ ଦଳ ବୋଲି କହୁଥିବା ରାଜନୈତିକ ଦଳ ନିର୍ବାଚନ ମଣ୍ଡଳୀ ଭିତରୁ ପ୍ରାର୍ଥୀ ନ କରି ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି। ମହୁଲ ଗଛ ତଲେ କଂଗ୍ରେସ ଭୋଟ ମହୁଲ ପରି ପଡିଛି। ସେ ଭୋଟଗୁଡିକୁ ବେଟି ବାକ୍ସ ଭିତରେ ଭର୍ତ୍ତି କରିପାରିଲେ କଂଗ୍ରେସ ନିଶ୍ଚିତ ବିଜୟୀ ହେବେ ବୋଲି ପ୍ରକାଶ କରିଥିଲେ।

ଏହି ସଭାରେ ପିସିସି ସମ୍ପାଦକ ଦୁଲାଲ ପଧାନ, ପିସିସି ସଭ୍ୟ ସଞ୍ଜିତ କୁମାର ଶର୍ମା, ଲୋକସଭା ପ୍ରଭାରୀ ପ୍ରେମ ଶଙ୍କର ମିଶ୍ର, ବିଧାନସଭା ପ୍ରଭାରୀ ଇନ୍ଦ୍ରମଣି ବିଶ୍ବାଳ, ଟାଉନ ସଂପାଦକ ମହମ୍ମଦ ସଫିକ, ଉପସଭାପତି ଟୁନା ମହାନନ୍ଦ, ଆଶାୟୀ ପ୍ରାର୍ଥୀ କେଦାର ବେରିହା, ଇନ୍ଦ୍ରମଣି ବାରିକ, ଶରତ ଗୌନ୍ତିଆ, ଆରତୀ ନାୟକ, ପ୍ରମୁଖ ଉପସ୍ଥିତ ରହି କହିଥିଲେ ବିଜେଡି ଓ ବିଜେପି ଗୁଟେ ଅଟନ୍ତି। ମେଣ୍ଟ କରିବା ପାଇଁ ଘୋଷଣା କରୁଥିଲେ ମାତ୍ର କଲେ ନାହିଁ। କଂଗ୍ରେସ କାଳେ ଜିତିଯିବ ସେ ଭୟରେ ମେଣ୍ଟ କଲେ ନାହିଁ।

ଆଜି ଏଠାରେ ସାସଂଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀ କାହାକୁ ଘୋଷଣା କରାଗଲେ ଠିକ ହୋଇଯିବ ବୋଲି ଆଲୋଚନା କରିଥିଲେ। ଏହି ବୈଠକରେ ନଗର ସଭାପତି ଅଖିଲ ପ୍ରତାପ ସିଂ ରାଜେନ୍ଦ୍ର ଛତ୍ରିଆ ବିଜେଡି ମୁହାଁ ଘଟଣାକୁ ଖଣ୍ଡନ କରି ଗୁଜବ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ର ଛତ୍ରିଆ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଉପସ୍ଥିତ ନଥିବା ଦେଖିବାକୁ ମିଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe