କୋରାପୁଟରେ ଦରଦାମ ବୃଦ୍ଧିର ତାତି, ଡିସିସି ସଭାପତି ମୀନାକ୍ଷୀଙ୍କ ସହ ୨୦ ଅଟକ

Advertisment
କୋରାପୁଟରେ ଦରଦାମ ବୃଦ୍ଧିର ତାତି, ଡିସିସି ସଭାପତି ମୀନାକ୍ଷୀଙ୍କ ସହ ୨୦ ଅଟକ

Sambad

କୋରାପୁଟ: ରାଜ୍ୟରେ ହୁହୁ ହୋଇ ବୃଦ୍ଧି ପାଉଛି ଦରଦାମ। ଏହାକୁ ବିରୋଧ କରି ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କଂଗ୍ରେସ। ଡିସିସି ସଭାପତି ମୀନାକ୍ଷୀ ବାହିନିପତିଙ୍କ ସହ ୨୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ କୋରାପୁଟ ଟାଉନ ପୁଲିସ ପ୍ରଥମେ ଅଟକ ରଖିଥିଲା। ଏହାପରେ ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଛଡାଯାଇଥିବା ଜଣାପଡିଛି। ଆଜି ଦିନ ପ୍ରୟ ୧ଟାବେଳେକୁ ମାଉସୀମା ଛକରୁ ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ଆସିଥିବା କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ପୁଲିସ ଜଗି ରହିଥିଲେ ମଧ୍ୟ ଗେଟ ମଧ୍ୟକୁ ଧ‌ସେଇ ପଶିଥିଲେ।

publive-image Sambad

ଏହାପରେ ଜିଲ୍ଲାପାଳଙ୍କ ଚାମ୍ବର ମଧ୍ୟକୁ ମଧ୍ୟ ଧସେଇ ପଶିଥିଲେ କଂଗ୍ରେସ କର୍ମୀଙ୍କ ସହ ଡିସିସି ସଭାପତି। ଏହାପରେ ନାରାବାଜୀ କରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଭା‌ଷଣ ଦେଇଥିଲେ। ପରିସ୍ଥିତି ବିଗୁଡୁଥିବା ଦେଖି ପୁଲିସ ଜଣ ଜଣ କରି କଂଗଗ୍ରେସ କର୍ମୀଙ୍କ ସହ ଡିସିସି ସଭାପତି ଏବଂ କିଛି ମହିଳାଙ୍କୁ ମଧ୍ୟ ଥାନାକୁ ନେଇ ଅଟକ ରଖିଥିଲା। ଏହାପରେ ବ୍ୟକ୍ତିଗତ ମୁଚାଲିକା ପରେ ସବୁ ମୁକୁଳିଥିବା ଜଣାପଡଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe