୯ ଦଫା ଦାବିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସର ବିକ୍ଷୋଭ

୯ ଦଫା ଦାବିରେ ଖୋର୍ଦ୍ଧା ବ୍ଲକ କଂଗ୍ରେସର ବିକ୍ଷୋଭ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକସ୍ତରରେ ଚାଲିଥିବା ୧୫ରୁ ୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା, ଖାଲିପଡ଼ିଥିବା ୨ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ପୂରଣ କରିବା ଆଦି ୯ଟି ଦାବିରେ ଆଜି ଶୁକ୍ରବ‌ାର ଖୋର୍ଦ୍ଧା ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ଶୁକ୍ରବାର ପୂର୍ବାହ୍ନରେ କଂଗ୍ରେସର ବ୍ଲକ ଓ ଖୋର୍ଦ୍ଧା ପୌର ପରିଷଦ ସଂଗଠନର ଶତାଧିକ କର୍ମକର୍ତା ଓସଦସ୍ୟମାନେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଧାରଣା ଦେଇଥିଲେ। ସେଠାରେ ଦଳୀୟ କର୍ମକର୍ତା ମାନେ ବିଭିନ୍ନ ସମସ୍ୟା ଉତ୍‌ଥାପନ କରି ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦିଆଯାଉଥିବା ୫୦ଲକ୍ଷଟଙ୍କା ସିଧାସଳଖ ପଞ୍ଚାୟତକୁ ଦେବା ଓ ଗ୍ରାମସଭା ଦ୍ବାରା ଏହା ବିନିଯୋଗ ନିର୍ଦ୍ଧାରଣ କରିବାକୁ ଦାବି କରିଥିଲେ।

publive-image Sambad

କୃଷିଜାତ ସାମଗ୍ରୀର ଅଭାବି ବିକ୍ରି ବନ୍ଦ କରିବା, ତେଲ ଦର ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଦର ହ୍ରାସ କରିବା, ରାଜ୍ୟରେ ଲୋ-ଭୋଲଟେଜ୍‌ ଆଦି ବିଦ୍ୟୁତ୍‌ ସମସ୍ୟାର ସମାଧାନ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର ବନ୍ଦ କରିବା, ନାରୀ, ଅନୁସୂଚିତ ଜାତି ଜନଜାତି ଅଧିକାର କ୍ଷୁଣ୍ଣ କରିବା ଭଳି ପଦ‌କ୍ଷେପ ବନ୍ଦ କରିବା ନେଇ ଦାବି କରିଥିଲେ। ଏହା ପରେ ପଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ କ୍ଷୀରାବ୍ଧୀ ତନୟା ସାହୁ ଧାରଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଉତରାୟ, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ରାୟ ଓଅନ୍ୟ କର୍ମକର୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର
ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe