ଆଦାନୀ ଗ୍ରୁପର ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାରନାମା ନେଇ କଂଗ୍ରେସର ବିକ୍ଷୋଭ

Advertisment
ଆଦାନୀ ଗ୍ରୁପର ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାରନାମା ନେଇ କଂଗ୍ରେସର ବିକ୍ଷୋଭ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଦାନୀ ଗ୍ରୁପର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଦାନୀ କମ୍ପାନିର ଅର୍ଥନୈତିକ ଅପରାଧ ପ୍ରସଙ୍ଗ ପାର୍ଲାମେଣ୍ଟରେ ଆଲୋଚନା ହେବା ଦରକାର ଏବଂ କଳା କାରନାମାର ପର୍ଦାଫାସ ପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ତତ୍ବାବଧାନରେ ନଚେତ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଅନୁସନ୍ଧାନ କରାଯାଉ ବୋଲି ଦାବି କରାଯାଇଥିଲା।

ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢୀ, ଜି.ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପଦ୍ମ ପାଙ୍ଗୀ, ଇସାକ ଖୋସଲା, ଇର୍ମା ପଡିଆମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe