ମମିତା ହତ୍ୟାକାଣ୍ତ, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ 

Advertisment
ମମିତା ହତ୍ୟାକାଣ୍ତ, ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ 

Sambad

କୋରାପୁଟ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ନେଇ କୋରାପୁଟରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ଦାବି କରିଛି। କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଏହାସହ ନାରାବାଜୀ କରିବା ସହ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କଂଗ୍ରେସ, ଯୁବ କଂଗ୍ରେସର କର୍ମକର୍ତା ମାନେ ମଧ୍ୟ ସାମିଲ ହୋଇଥିଲେ। ନ୍ୟାୟ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ମହିଳା କଂଗ୍ରେସ ସଭାପତି ନଳିନୀ ରଥ, ପୂର୍ବତନ ବିଧାୟକ ନିମାଇଁ ସରକାର, କୋରାପୁଟର ପୂର୍ବତନ ନଗରପାଳ ଭଗବାନ ବାହିନୀ ପତି, କୋରାପୁଟ ବ୍ଲକ ଅଧ୍ୟକ୍ଷ। ନମିତା ମାଝୀ, ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ, ବିଧାୟକ ପ୍ରାର୍ଥୀ କୃଷ୍ଣ କୂଳଦୀପ, ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିମ, ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା, ସମିତି ସଭ୍ୟା ସୁନିତା ଗାଦବା, ପୂର୍ବତନ କାଉନସିଲର ଚନ୍ଦ୍ରପ୍ରଭା ହିଆଲ, ପୂର୍ବତନ ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ବିମଳା ପାଙ୍ଗୀ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe