ରନ୍ଧନ ଗ୍ୟାସ ଏବଂ ଘରୋଇ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

Advertisment

ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କଲା

ବହୁ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କଲା

ରନ୍ଧନ ଗ୍ୟାସ ଏବଂ ଘରୋଇ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ରନ୍ଧନ ଗ୍ୟାସ ଓ ଘରୋଇ ସାମଗ୍ରୀର ଦରଦାମ ଆହେତୁକ ବୃଦ୍ଧିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ୪ ଜଣକୁ ପୁଲିସ ଅଟକ ରଖିଥିବା ଜଣାପଡିଛି। ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।ଦେଶରେ ଅତ୍ୟାବଶକୀୟ ଜିନିଷ ଗୁଡିକର ଦରଦାମ ଆହେତୁକ ବୃଦ୍ଧ ହେବା ସହ ବେରୋଜଗାରି ମଧ୍ୟ ବୃଦ୍ଧି ପାଇଛି।ଯାହାକୁ ନେଇ ଦେଶରେ ହାହାକାର ପଡିଛି। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଚପଲରେ ମାଡ ମାରିଥିଲେ।

publive-image Sambad

ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ବହୁ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ତେବେ ଆଗାମୀ ଦିନରେ ଦରଦାମ ବୃଦ୍ଧିରେ ଅଙ୍କୁଶନ ନଲାଗେ ତେବେ କଂଗ୍ରେସ ତରଫରୁ ତିବ୍ରତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ରାଲି ଓ ବିକ୍ଷୋଭ ବେଳେ କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢୀ, ପର୍ଶୁରାମ ଭକ୍ତ, ମଙ୍ଗୁ ଖିଲ, ପ୍ରାଣକୃଷ୍ଣ ମଣ୍ଡଳ, ଜି.ଶ୍ରୀନିବାସ ରାଓ, କେଶୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe