ଜୟପୁର: ଆଜି ଜୟପୁର ସହରରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି। ଅବିଭକ୍ତ କୋରାପୁଟ ଜିଲ୍ଲା ବିଶେଷ କରି ଜୟପୁର ବିଧାନସଭା ନିର୍ବାଚନମଣ୍ଡଳିରେ ଶାସକ ବିଜେଡି ଦଳର ପ୍ରୋସାହନ ବିହାରୀ ମଦମାଫିଆ ମାନେ ସେମାନଙ୍କ ବେଧଡ଼କ କାରବାର ଚଳାଇଥିବା ବେଳେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏ ନେଇ ଆଖି ବୁଜି ଦେଇଥିବା ଅଭିଯୋଗ କରି ଆଜି ଶ୍ରୀ ବାହିନୀପତି ଜୟପୁର ସହରରେ ବିଶାଳ ସମାବେଶ ଆୟୋଜନ କରିଛନ୍ତି। ଏଥିରେ ପୂର୍ବତନ ପିସିସି ସଭାପତ ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ଓ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଶ୍ରୀ ବାହିନୀପତିଙ୍କ ନେତୃତ୍ୱରେ ହୋଇଥିବା ଏହି ସମାବେଶ ପୂର୍ବରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ସହର ପରିକ୍ରମା କରି ମଦବିରୋଧୀ ସଚେତନତା ସୃଷ୍ଟି କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us