Sambad
ଖୋର୍ଦ୍ଧା: ଦେଶରେ ଇନ୍ଧନ ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଖୋର୍ଦ୍ଧା ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ୍ ପମ୍ପ ନିକଟରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର କହିଛନ୍ତି ଯେ କରୋନା ମହାମାରୀରେ ଅନେକଙ୍କ ଜୀବନ ଜୀବିକା ଅଟକି ଯାଇଛି। ଏହି ସମୟରେ, ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ୍ ଲିଟର ପିଛା ୨୫ ଟଙ୍କା ୭୨ ପଇସା ଓ ଡିଜେଲ୍ ୨୩ଟଙ୍କା ୯୩ ପଇସା ବୃଦ୍ଧି ପାଇଛି।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭ୍ୟ ଆଇନଜୀବୀ ଶିଶିର ପରିଡ଼ା, ରାଜ୍ୟ କଂଗ୍ରେସ ପ୍ରବକ୍ତା ଅମିତ ମହାନ୍ତି, ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ବିଶ୍ୱଭୂଷଣ ସାହୁ, ମନୋଜ ମିଶ୍ର, ଦ୍ୱାରିକାନାଥ ମହାନ୍ତି, ଗିରିଜା ମହାପାତ୍ର, ଲୋକନାଥ ଦାସ, ଜ୍ୟୋତିପ୍ରକାଶ ମହାନ୍ତି, ପ୍ରଦୋଷ ହରିଚନ୍ଦନ, ରିଚାର୍ଡସନ୍ ଦାସ, ସୁଜିତ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ପେଟ୍ରୋଲିଅମ୍ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ।
Follow Us