ଡଙ୍ଗାସିଲରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Advertisment
ଡଙ୍ଗାସିଲରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

Sambad

ରାୟଗଡା: ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରୀକୁ ଉକ୍ତ ବିଦ୍ୟାଳୟର ପିଅନ ବଳତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଖବର ପିସିସି ସଭାପତି ଶରତ ପଟ୍ଟନାୟକ ଜାଣିବା ପରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିବା ସହ ଏଥିରେ ଅଧ୍ୟକ୍ଷ ଭାବେ ଏଆଇସିସି ସଭ୍ୟା ରତ୍ନମଣି ଉଲାକା ନିଯୁକ୍ତି କରି ଏକ କମିଟିକୁ ଉକ୍ତ ସ୍ଥାନକୁ ପଠାଇ ପୁଙ୍ଖାନୁପୁଙ୍ଖ ଘଟଣା ସମ୍ବନ୍ଧରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ଶ୍ରୀମତୀ ଉଲାକା ଏବଂ ତାଙ୍କ ସହଯୋଗୀଙ୍କୁ ନେଇ ଉକ୍ତ ବିଦ୍ୟାଳୟକୁ ଯାଇ ସ୍ଥିତି ସମ୍ଭନ୍ଧରେ ଟିକି ନିଖି ପଚାରି ବୁଝିଥିଲେ। ସେଠାରୁ ଅଧିନସ୍ଥ ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ରାୟଗଡା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପୀଡିତା ଏବଂ ପୀଡିତାଙ୍କ ଅଭିଭାବକଙ୍କ ସହ ସାକ୍ଷାତ କରି ଘଟଣା ସମ୍ଭନ୍ଧରେ ଆଲୋଚନା କରିଥିଲେ।

publive-image Sambad

ପୀଡିତାକୁ ନ୍ୟାୟ ମିଳିବା ପାଇଁ ଆବଶ୍ୟକ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଘଟଣା ଦିନ ନିର୍ଦୋଷ ୮ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା କଥା ଜାଣିବା ପରେ  ଯଥାଶୀଘ୍ର ଦୋଷୀ ମାନଙ୍କୁ ଗିରଫ କରି ନିର୍ଦୋଷ ବ୍ୟକ୍ତିଙ୍କୁ ଛାଡିବା ପାଇଁ ପ୍ରଶାସନ ସହ କଥା ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣା ସମ୍ଭନ୍ଧୀୟ ସମସ୍ତ ତଥ୍ୟ ଯଥାଶୀଘ୍ର ପିସିସି ସଭାପତିଙ୍କୁ ପଠାଯିବ ବୋଲି ଶ୍ରୀମତୀ ଉଲାକା କହିଛନ୍ତି। ଶ୍ରୀମତୀ ଉଲାକା ମୁଖ୍ୟତଃ ତିନି ଗୋଟି ଦାବି ରାଜ୍ୟ ସରକାର ଏବଂ ଜ଼ିଲ୍ଲା ପ୍ରଶାସନ ନିକଟରେ ରଖିଛନ୍ତି। ସେଗୁଡିକ ହେଲା ଉକ୍ତ ଅଞ୍ଚଳରେ ଯଥାଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ କରି ଶାନ୍ତି ଫେରେଇ ଆଣିବା, ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେଇ କୁନି ପୀଡିତାଙ୍କୁ ନ୍ୟାୟ ଦେବା, ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ତରଫରୁ ଦଶ ଲକ୍ଷ ପ୍ରଦାନ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe